ବାଘ ସଫାରୀରେ ଖସି ପଡିଲା ପର୍ଯ୍ୟଟକ ବସ: ଅଳ୍ପକେ ବର୍ତିଲେ ଯାତ୍ରୀ

add-all

ଭୁବନେଶ୍ୱର: ନନ୍ଦନକାନନରେ ଘଟିଛି ଏକ ବଡ ଅଘଟଣ। ମୁଖ୍ୟ ରାସ୍ତାରୁ ଖସି ବାଘ ସଫାରୀରେ ପଡିଲା ବସ । ଅଳ୍ପକେ ବର୍ତ୍ତିଲେ ବସରେ ଥିବା ପାଖାପାଖି ୩୦ ଜଣ ପର୍ଯ୍ଯଟକ। ଅଧଘଣ୍ଟା ପରେ ହେଲେ ଉଦ୍ଧାର।

ଖବର ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତକାଲି ଅପରାହ୍ନରେ ବାଘ ସଫାରୀକୁ ପର୍ଯ୍ୟଟକ ନେଇ ଯାଉଥିବା ସଫାରୀ ବସ୍ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରୁ ଏକ ଖାଲକୁ ଖସି ଝୁଲି ରହିଥିଲା। ତେବେ ଖବର ପାଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଆଉ ଗୋଟିଏ ଗାଡ଼ିରେ ଯାଇ ଦୁଇଟି ବାଘମାନଙ୍କୁ କାବୁ କରି ଖୁଆଡ ଭିତରକୁ ଛାଡ଼ିବା ପରେ ପର୍ଯ୍ୟଟକଙ୍କୁ ସଫାରୀରୁ ବାହାର କରାଯାଇଥିଲା। ପୂର୍ବରୁ ମଧ୍ୟ ସିଂହ ସଫାରୀ ବସ୍‌ ଦବି ଥିବା ବେଳେ ଏବେ ବାଘ ସଫାରୀ ରେ ଏପରି ଘଟଣା ଘଟିଛି। ବାରମ୍ବାର ଏମିତି ଘଟଣା ଘଟୁ ଥିବା ବେଳେ କାହିଁକି ଡ଼୍ରାଇଭର ଅଥବା ନନ୍ଦନ କାନନ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

ad-week
Leave A Reply

Your email address will not be published.