ସୀମା ଭାରତରେ ପଶିବା ଘଟଣାରେ ୨ ସୁରକ୍ଷା କର୍ମୀ ନିଲମ୍ବିତ

add-all

ନେପାଳ ରାସ୍ତା ଦେଇ ଭାରତରେ ପଶିଥିବା ପାକିସ୍ତାନର ସୀମା ହୈଦରଙ୍କୁ ନେଇ ଚର୍ଚ୍ଚା ଥମିବାରେ ନାଁ ଧରୁନି। ସୀମା ଅବୈଧ ରୂପେ ନେପାଳ ନେଇ ଭାରତରେ ପ୍ରବେଶ କରିଥିବା ବେଳେ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର।

ଭାରତ- ନେପାଳ ବର୍ଡରରେ ନିୟୋଜିତ SSBର ଜଣେ ଇନ୍ସପେକ୍ଟର ଓ ଜଣେ ଯବାନଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ହେଲେ SSBର ୪୩ ବାଟାଲିୟନର ଇନ୍ସପେକ୍ଟର ସୁଜିତ କୁମାର ବର୍ମା ଓ ହେଡ କନଷ୍ଟେବଳ ଚନ୍ଦ୍ର କମଲ କଲିତା । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଦୁଇ ଜଣଙ୍କ ବିରୋଧରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୀମା ନିଜ ୪ ଛୁଆଙ୍କ ସହ ଏହି ରାସ୍ତାରେ ଭାରତରେ ପ୍ରବେଶ କରିଥିଲେ। ଏହାପରେ ସେ ଗ୍ରେଟର ନୋଏଡାରେ ରହୁଥିବା ନିଜ ପ୍ରେମିକ ସଚିନଙ୍କ ନିକଟକୁ ଯାଇଥିଲେ। ସୀମା ନାମ୍ନୀ ପାକିସ୍ତାନୀ ମହିଳା ଭାରତରେ ପ୍ରବେଶ କରିଥିବା ଖବର ପ୍ରଚାରିତ ହେବା ପରେ ଏସଏସବି ବିଭାଗୀୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହାପରେ ସୀମା ଭାରତରେ ପ୍ରବେଶ କରିବା ଦିନ ଉକ୍ତ ୨ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ଜଣାପଡ଼ିଥିଲା। ଏହାପରେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ନେପାଳ ଓ ଭାରତ ବର୍ଡର ଖୋଲା ସୀମା ହୋଇଥିବା ବେଳେ ଉଭୟ ଦେଶର ନାଗରିକ ବିନା ଭିସାରେ ଯାତାୟତ କରିଥାନ୍ତି। ହେଲେ ତୃତୀୟ ଦେଶର ନାଗରିକଙ୍କୁ ଏଥିନିମନ୍ତେ କଡ଼ା ଯାଞ୍ଚର ସମ୍ମୁଖୀନ ହେବା ସହ ଭିସାର ଆବଶ୍ୟକତା ପଡ଼ିଥାଏ। ହେଲେ ସେମାନଙ୍କୁ ଚିହ୍ନଟ କରି ସବୁବେଳେ ଯାଞ୍ଚ କରିବା ସମ୍ଭବପର ହୋଇ ପାରେନି। ଏହାର ସୁଯୋଗ ନେଇ ସୀମା ନିଜ ଛୁଆଙ୍କୁ ଧରି ଭାରତରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ।

ଉଭୟ ସୀମା ଓ ସଚିନଙ୍କୁ ଗତ ୪ ତାରିଖରେ ଗିରଫ କରାଯାଇଥିବା ବେଳେ ୭ ତାରିଖରେ ଉଭୟଙ୍କୁ ଜାମିନ ମିଳିଥିଲା। ଏହାପରେ ସେମାନେ ଏକ ଭଡ଼ା ଘରେ ସୀମାଙ୍କ ୪ ଛୁଆଙ୍କ ସହ ରହୁଛନ୍ତି।

ସୂଚନାଯୋଗ୍ୟ, SSB କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ଅର୍ଦ୍ଧସୈନିକ ବଳ ଅଟନ୍ତି। ଦେଶର ପୂର୍ବରେ ଥିବା ୧୭୫୧ କିମି ଭାରତ- ନେପାଳ ଅନ୍ତରାଷ୍ଟ୍ରୀୟ ବର୍ଡରକୁ ସୁରକ୍ଷା ଦେବା କାମ ସେମାନଙ୍କ ଉପରେ ନ୍ୟସ୍ତ।

ad-week
Leave A Reply

Your email address will not be published.