ହାଇଦ୍ରାବାଦରେ ଦୃଶ୍ୟମାନ ହେଲା ଶୂନ୍ୟ ଛାୟା..

add-all

ହାଇଦ୍ରାବାଦ :ଶୂନ୍ୟ ଛାୟା ଦିବସ ଅର୍ଥାତ୍‌ ବିନା ଛାଇର ଦିନ। ଇଂରାଜୀରେ ଏହାକୁ ‘ଜିରୋ ସ୍ୟାଡୋ ଡେ’ କୁହନ୍ତି। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଅଗଷ୍ଟ ୩ ତାରିଖ ଗୁରୁବାର ଆକାଶରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅପରାହ୍ନ ୧୨ଟା ୨୩ ମିନିଟ୍‌ରେ ଲୋକେ ନିଜର କୌଣସି ଛାଇ ଦେଖିବାକୁ ପାଇ ନ ଥିଲେ। ଏହା ପୂର୍ବରୁ ମେ’ ୯ରେ ମଧ୍ୟାହ୍ନ ୧୨ଟା ସମୟରେ ଏହିପରି ଶୂନ୍ୟ ଛାୟା ଦେଖାଯାଇଥିଲା।

ଗତଥର ଭଳି ଏଥର ମଧ୍ୟ ‘ଶୂନ୍ୟ ଛାୟା ଦିବସ’ କାର୍ଯ୍ୟକ୍ରମ ହାଇଦ୍ରାବାଦର ବିର୍‌ଲା ପ୍ଲାନେଟୋରିୟମ୍‌ରେ ପାଳନ କରାଯାଇଥିଲା। ତେବେ ଚଳିତ ବର୍ଷ ଏପ୍ରିଲରେ ବେଙ୍ଗାଲୁରୁରେ ବି ଏହି ଦିବସ ପାଳିତ ହୋଇଥିଲା।

ଶୂନ୍ୟ ଛାୟା ବର୍ଷରେ ଦୁଇଥର ଆସିଥାଏ। ଏହି ବିରଳ ଘଟଣାରେ ସୂର୍ଯ୍ୟ ଠିକ୍‌ ଆମ ମୁଣ୍ଡ ଉପରେ ରୁହନ୍ତି, ଯଦ୍ଦ୍ଵାରା ପୃଥିବୀ ପୃଷ୍ଠରେ କୌଣସି ବି ଛାଇ ସୃଷ୍ଟି ହୋଇ ନ ଥାଏ। ଏହାର ଅର୍ଥ ହେଲା, ସୂର୍ଯ୍ୟ ଆକାଶରେ ନିଜର ଉଚ୍ଚତମ ବିନ୍ଦୁରେ ପହଞ୍ଚି ଯାଆନ୍ତି, ଯାହାର ପରିଣାମ ସ୍ୱରୂପ ଛାଇର ଲମ୍ବ ଏତେ କମିଯାଏ ଯେ ଶେଷରେ ଏହା ଦୃଶ୍ୟମାନ ହୋଇ ନ ଥାଏ।

ସୂର୍ଯ୍ୟ ମୁଣ୍ଡ ଉପରେ ଥିବା ସମୟରେ କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି ଅଞ୍ଚଳରେ ଛାଇ ପଡ଼ି ନ ଥାଏ। ଜିରୋ ସ୍ୟାଡୋ ଡେ’ର ଅର୍ଥ, ଯେତେବେଳେ ସୂର୍ଯ୍ୟ ପୃଥିବୀର ଭୂମଧ୍ୟ ରେଖାର ଠିକ୍‌ ଉପରେ ଥାଆନ୍ତି, ସେତେବେଳେ ପୃଥିବୀ ପୃଷ୍ଠରେ କୌଣସି ବି ବସ୍ତୁ କିମ୍ବା ପ୍ରାଣୀ ନିଜର ଛାଇ ସୃଷ୍ଟି କରନ୍ତି ନାହିଁ।

ad-week
Leave A Reply

Your email address will not be published.