ନୁହ ହିଂସା : ଆପ୍ ନେତା ଜାଭେଦ୍ ଅହମ୍ମଦଙ୍କ ବିରୋଧରେ ହତ୍ୟା ମାମଲା

add-all

ଗୁରୁଗ୍ରାମ : ନୁହ ହିଂସା ମାମଲାରେ ହରିୟାଣା ଆପ୍ ନେତା ଜାଭେଦ ଅହମ୍ମଦଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । କିନ୍ତୁ ଏହା ଏକ ମିଛି ଏଫଆଇଆର ବୋଲି କହିଛି ଆପ୍ । ଦଳର ବରିଷ୍ଠ ଉପାଧ୍ୟକ୍ଷ ଅନୁରାଗ ଧଣ୍ଡା କହିଛନ୍ତି ଯେ ହରିୟାଣାବାସୀ ବିଜେପିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିଛନ୍ତି। ସେଥିପାଇଁ ବିଜେପି ଏବେ ଷଡ଼ଯନ୍ତ୍ର କରିବାକୁ ଚାହୁଁଛି ଏବଂ ସମାଜକୁ ବିଭାଜିତ କରିବା ପାଇଁ କାର୍ଯ୍ୟ କରୁଛି। ଆଜି ସମଗ୍ର ଦେଶ ଜାଣିଛି କିଏ ଦଙ୍ଗା ସୃଷ୍ଟି କରେ ଏବଂ ତା’ପରେ ଅନ୍ୟ ଦଳର ନେତାଙ୍କୁ ଫସାଇବା ପାଇଁ ମିଥ୍ୟା ଏଫ୍ଆଇଆର୍ ଦାଏର କରେ।
ଅନୁରାଗ ଧଣ୍ଡା ଆହୁରି କହିଛନ୍ତି ଯେ ଆମ ଦଳର ନେତା ଜାଭେଦ ଅହମ୍ମଦଙ୍କ ବିରୋଧରେ ମିଥ୍ୟା ଏଫଆଇଆର ରୁଜୁ କରାଯାଇଛି। ଏହି ଘଟଣା ଘଟିବା ସମୟରେ ଜାଭେଦ ଘଟଣାସ୍ଥଳଠାରୁ ପ୍ରାୟ ୧୦୦-୧୫୦ କିଲୋମିଟର ଦୂରରେ ଥିଲେ। ସେମାନଙ୍କ ନିକଟରେ ଏହାର ସମ୍ପୂର୍ଣ୍ଣ ପ୍ରମାଣ ରହିଛି ଏବଂ ଏକ ମୋବାଇଲ୍ ଲୋକେସନ୍ ମଧ୍ୟ ରହିଛି। ଆମେ ଏହି ସମସ୍ତ ପ୍ରମାଣ ମଧ୍ୟ ପୋଲିସ ଆଗରେ ରଖିଛୁ । ଆମେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ତଦନ୍ତର ସଠିକ୍ ନିଷ୍ପତ୍ତି ଚାହୁଁଛୁ ।

ଦଙ୍ଗା ହେବା ପୂର୍ବରୁ କାହିଁକି ବହୁ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ସେହି ସ୍ଥାନରୁ ହଟାଇ ଭିଆଇପି ଡ୍ୟୁଟିରେ ନିୟୋଜିତ କରାଗଲା ବୋଲି ଧଣ୍ଡା ପ୍ରଶ୍ନ କରିଛନ୍ତି। ଅନେକ ବରିଷ୍ଠ ଅଧିକାରୀଙ୍କ ଛୁଟି ମଞ୍ଜୁର ହୋଇଥିଲା। ସିବିଆଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ପଠାଇ ଘଟଣା ସମ୍ପର୍କରେ ଅବଗତ କରାଇଥିଲା, ମୁଖ୍ୟମନ୍ତ୍ରୀ କାହିଁକି ଏହାକୁ ଅଣଦେଖା କଲେ, ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କ ହାତ ଅଛି ନା ଅନ୍ୟ ବିଜେପି ନେତାଙ୍କ ସମ୍ପୃକ୍ତି ରହିଛି, ତାହାର ତଦନ୍ତ ହେଉ ବୋଲି ସେ କହିଛନ୍ତି ।

ad-week
Leave A Reply

Your email address will not be published.