ଗୁଜରାଟରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବେ ଆପ୍‌ ଓ କଂଗ୍ରେସ..!

add-all

ନୂଆଦିଲ୍ଲୀ : ଦିଲ୍ଲୀ ବିଲ୍‌ ପ୍ରସଙ୍ଗରେ କଂଗ୍ରେସର ସମର୍ଥନ ପାଇଥିବା ଆପ୍‌ ଆଜି ବଡ଼ ଘୋଷଣା କରିଛି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଉଭୟ ଗୁଜରାଟରେ ଏକାଠି ଲଢ଼ିବେ। ଆପ୍‌ର ଗୁଜରାଟ ମୁଖ୍ୟ ଈଶୁଡାନ ଗଡଭୀ ଆଜି ଏହି ଘୋଷଣା କରିଛନ୍ତି।
ସେ କହିଛନ୍ତି, ବିରୋଧୀ ମେଣ୍ଟ ଇଣ୍ଡିଆରେ ଉଭୟ ଦଳ ରହିଛନ୍ତି। ନିର୍ବାଚନ ବେଳେ ମେଣ୍ଟ ଫର୍ମୁଲା ମଧ୍ୟ ଗୁଜରାଟରେ ଲାଗୁ ହେବ। ଅବଶ୍ୟ ମେଣ୍ଟ ସମ୍ପର୍କରେ ଆଲୋଚନା ପ୍ରାଥମିକ ପର୍ଯ୍ୟାୟରେ ରହିଛି। କିନ୍ତୁ ଗୁଜରାଟରେ ଆପ୍‌ ଓ କଂଗ୍ରେସ ୨୦୨୪ରେ ମିଳିତ ଭାବେ ନିର୍ବାଚନ ଲଢ଼ିବା ଏକ ପ୍ରକାରର ନିଶ୍ଚିତ। ଶିଟ୍‌ ଶେୟାରିଂ ଫର୍ମୁଲା ଅନୁସାରେ ଉଭୟ ଦଳ ଏକାଠି ହେବେ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, “ଯଦି ସବୁ କିଛି ଯୋଜନା ମୁତାବକ ଯିବ, ତା’ହେଲେ ଗୁଜରାଟରେ ବିଜେପି ଏଥର ସମସ୍ତ ୨୬ଟି ଯାକ ଆସନ ଜିତି ପାରିବ ନାହିଁ।” ଆପ୍‌ କେଉଁଠି କାହାକୁ ପ୍ରାର୍ଥୀ କରିବ, ସେକାମ ଏବେଠାରୁ ଆରମ୍ଭ କରିଦେଇଥିବା ଗଡଭୀ ସୂଚନା ଦେଇଛନ୍ତି।
ଆପ୍‌ର ରାଜ୍ୟ ମୁଖ୍ୟ ମେଣ୍ଟ ସମ୍ପର୍କରେ ଘୋଷଣା କରିଥିଲେ ହେଁ କଂଗ୍ରେସ ମାପିଚୁପି ମତ ରଖିଛି। ଦଳ ସବୁବେଳେ କେନ୍ଦ୍ର ନେତୃମଣ୍ଡଳୀଙ୍କ ନିର୍ଦ୍ଦେଶ ଅନୁସାରେ କାମ କରେ ବୋଲି କଂଗ୍ରେସ କହିଛି।
କଂଗ୍ରେସ ମୁଖପାତ୍ର ମନୀଷ ଦୋଶି କହିଛନ୍ତି, “ମୁଁ ଏବେ ହିଁ ତାଙ୍କ ଘୋଷଣା ସମ୍ପର୍କରେ ଜାଣିବାକୁ ପାଇଛି। ଅନ୍ୟ ଦଳ ସହ ଶିଟ୍‌ ଶେୟାରିଂ ବ୍ୟବସ୍ଥା ଦଳର ହାଇକମାଣ୍ଡ ନେବେ। ନିର୍ବାଚନ ପୂର୍ବରୁ ମେଣ୍ଟ କରିବା ନେତୃବୃନ୍ଦ ଅଧିକାର ପରିସରରେ ଆସୁଛି। ଏ ସମ୍ପର୍କରେ ଜାତୀୟ ସ୍ତରର ନେତା ଯାହା ନିର୍ଦ୍ଦେଶ ଦେବେ ଗୁଜରାଟ କଂଗ୍ରେସ ସେଇଆ କରିବ।”

ad-week
Leave A Reply

Your email address will not be published.