ବଦଳିବ କେରଳର ନାଁ, ବିଧାନସଭାରେ ପ୍ରସ୍ତାବ ପାସ୍

add-all

ତ୍ରିଭେନ୍ଦ୍ରମ: ବଦଳିଯିବ କେରଳ ରାଜ୍ୟର ନାଁ । ଏହା କେରଳରୁ ‘କେରଳମ୍’ ହେବ । ଏ ନେଇ ଏକ ପ୍ରସ୍ତାବ କେରଳ ବିଧାନସଭାରେ ଗୃହୀତ ହୋଇଛି ଓ ସରକାରୀ ଭାବେ ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।
ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ସଂକଳ୍ପ ଆଗତ କରିଥିଲେ, ଯେଉଁଥିରେ ସେ କେନ୍ଦ୍ର ସରକାରଙ୍କୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ ରାଜ୍ୟର ନାମ ପରିବର୍ତ୍ତନ କରି ‘କେରଳମ୍’ କରିବାକୁ ଅନୁରୋଧ କରିଥିଲେ। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ୟୁଡିଏଫ (ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ) କୌଣସି ସଂଶୋଧନ କିମ୍ବା ପରିବର୍ତ୍ତନ ପ୍ରସ୍ତାବ ନ ଦେଇ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲା।
ଏହାପରେ ବାଚସ୍ପତି ଏଏନ୍ ଶମସିର ହାତ ଉଠାଇ ସମର୍ଥନ ଆଧାରରେ ବିଧାନସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବଟି ଗୃହୀତ ହୋଇଥିବା ଘୋଷଣା କରିଥିଲେ। ସଂକଳ୍ପ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲାୟାଲମ ଭାଷାରେ ରାଜ୍ୟକୁ ‘କେରଳମ୍’ କୁହାଯାଏ। କିନ୍ତୁ ଅନ୍ୟ ଭାଷାରେ ଏହା ଏବେ ବି କେରଳ। ସମ୍ବିଧାନର ପ୍ରଥମ ଅନୁସୂଚୀରେ ଆମ ରାଜ୍ୟର ନାମ କେରଳ ଲେଖାଯାଇଛି ବୋଲି ସେ କହିଛନ୍ତି ।
ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଉଲ୍ଲେଖ କରାଯାଇଥିବା ସମସ୍ତ ଭାଷାରେ ସମ୍ବିଧାନର ଧାରା ୩ ଅନୁଯାୟୀ ଏହାକୁ ‘କେରଳମ୍’ରେ ସଂଶୋଧନ କରିବା ଏବଂ ଏହାର ନାମ ‘କେରଳମ୍’ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଏହି ବିଧାନସଭା ସର୍ବସମ୍ମତିକ୍ରମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି।

ad-week
Leave A Reply

Your email address will not be published.