ମଶା ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କଲେ ଏଣିକି ତଣ୍ଡ

add-all

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଅନୁକୂଳ ହେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି। ମଶା ଲାର୍ଭା ବୃଦ୍ଧି ହେବାର ସମ୍ଭାବନା ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଘର ପାଖରେ ଥିଲେ ସଂପୃକ୍ତ ବ୍ୟକ୍ତି ବା ପ୍ରତିଷ୍ଠାନର ମାଲିକଙ୍କଠୁ ଜୋରିମାନା ଆଦାୟ କରାଯିବ ବୋଲି ବିଏମସି ଚେତାବନୀ ଦେଇଛି।

ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନ ନିୟମିତ ଭାବେ ସେମାନଙ୍କ ପରିସର ଯାଞ୍ଚ କରିବା ସହ ଫୁଲକୁଣ୍ଡ ଭଳି ସମ୍ଭାବ୍ୟ ଡେଙ୍ଗୁ ମଶା ବଂଶ ବୃଦ୍ଧିକାରୀ ଉତ୍ସ ଚିହ୍ନଟ କରିବେ। ନଡିଆ ଖୋଳ, କାଗଜ କପ୍, ଅବ୍ୟବହୃତ ଟାୟାର ଓ ବାସନ କୁସନ ଏବଂ ଘର କିମ୍ବା ଗ୍ୟାରେଜ ବାହାରେ ପୁରୁଣା ଗାଡିର ଭଗ୍ନାବଶେଷ ରହିଥିଲେ ବିଏମସି ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।

ସେହିପରି ଜମା ହୋଇଥିବା ପାଣିରେ ଡେଙ୍ଗୁ ମଶା ବଂଶ ବୃଦ୍ଧି ହେଉଥିବାରୁ ଏହାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବସ୍ତିବାସିନ୍ଦା ଓ ଅନୁଷ୍ଠାନକୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି।

ବିଏମସି ପକ୍ଷରୁ ନିଷ୍ପତ୍ତି ହୋଇଛି ଯେ ଯଦି କୌଣସି ଘରେ ଡେଙ୍ଗୁ ମଶା ବଂଶ ବୃଦ୍ଧି କରିବାର ସମ୍ଭାବନା ଥାଏ, ତେବେ ସେମାନଙ୍କ ଘରୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ। ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଜୋରିମାନା ରାଶି ୫ ହଜାର ଟଙ୍କା ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୫ରୁ ଏହି ଜୋରିମାନା ଆଦାୟ କରାଯିବ ବୋଲି ବିଏମସି କହିଛି।

ବିଏମସି କହିଛି, ଓ୍ୱାର୍ଡକୁ ଓ୍ବାର୍ଡ ବୁଲି ଧୂଆଁ ସହ ମଶା ତେଲ ସିଞ୍ଚନ ମାଧ୍ୟମରେ ସମ୍ଭାବ୍ୟ ଡେଙ୍ଗୁ ମଶା ବଂଶ ବୃଦ୍ଧିକାରୀ ଉତ୍ସକୁ ନଷ୍ଟ କରି ଡେଙ୍ଗୁ ଉପଦ୍ରବକୁ ରୋକିବା ପାଇଁ ମହାନଗର ନିଗମ ପଦକ୍ଷେପ ନେଉଥିବା କହିଛି।

ad-week
Leave A Reply

Your email address will not be published.