ଚଳନ୍ତା କାର୍‌ ଉପରେ ଦେଉଥିଲେ ଷ୍ଟଣ୍ଟ ସିନ୍‌; ଘରେ ପହଞ୍ଚିଲା ଲକ୍ଷେ ଟଙ୍କାର ଚାଲାଣ

add-all

ଚଳନ୍ତା କାର୍‌ର ବନେଟ ଉପରେ ଛିଡ଼ା ହୋଇ ଦେଉଥିଲେ ଷ୍ଟଣ୍ଟ ସିନ୍‌। ବିନ୍ଦାସ୍‌ ଅନ୍ଦାଜରେ ପୋଜ ବି ଦେଉଥିଲେ। ହେଲେ ଏହାପରେ ଯାହା ହେଲା ମୁଣ୍ଡ ଘୂରାଇ ଦେଲା। ଟ୍ରାଫିକ ନିୟମ ଉଲ୍ଳଘଂନ ଅଭିଯୋଗରେ ପୁଲିସ୍‌ ୨ଟି କାର୍ ଉପରେ କାଟିଲା ଲକ୍ଷେ ଟଙ୍କାର ଚାଲାଣ। ଏପରି ଏକ ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଥିବା ବେଳେ ଏଡାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି, ବରେଲି ହାଇୱେରେ ୨ଟିସ୍କର୍ପିଓ ରାସ୍ତା ଉପରେ ଦ୍ରୁତ ଗତିରେ ଯାଉଥିଲା। ଉକ୍ତ ସମୟରେ ୨ଟି ଗାଡ଼ିର ବନେଟ ଉପରେ ୨ ଜଣ ଯୁବକ ଛିଡ଼ା ହୋଇ ବିନ୍ଦାସ ଅନ୍ଦାଜରେ ଫଟୋ ପୋଜ ଦେବା ସହ ଭିଡିଓ କରୁଥିଲେ। ଦେଖଣାହାରୀ ଏହା ଦେଖି ଅବାକ ହୋଇ ଯାଇଥିଲେ।

ଏନେଇ ଅଭିଯୋଗ ହେବା ପରେ ଉତ୍ତରପ୍ରଦେଶ ପୁଲିସ୍‌ ଉକ୍ତ ୨ଟି ଗାଡ଼ିର ନମ୍ବରପ୍ଲେଟକୁ ଖୋଳତାଡ଼ କରି ତାହାର ମାଲିକଙଙ୍କୁ ଚିହ୍ନଟ କରିଥିଲା। ଏହାପରେ ପୁଲିସ୍‌ ୨ଟି ଗାଡ଼ି ଉପରେ ୫୨ ହଜାର ଟଙ୍କା ଲେଖାଏ ଫାଇନ୍‌ ପକାଇଛି। ଏଥିସହ ଚାଲାଣର କପି ସମ୍ପୃକ୍ତ ଯୁବକମାନଙ୍କ ଘରକୁ ପଠାଇ ଦେଇଛି।

ad-week
Leave A Reply

Your email address will not be published.