କ୍ୟାନସରରେ ମୃତ୍ୟୁ ପୂର୍ବରୁ ୧୦ ବର୍ଷ ଝିଅର ବାହାଘର

add-all

ୱାସିଂଟନ: ଆମେରିକାର ନର୍ଥ କେରୋଲିନାର ଜଣେ ୧୦ ବର୍ଷ ଝିଅର କ୍ୟାନସରରେ ମୃତ୍ୟୁ ହେବାର କିଛିଦିନ ପୂର୍ବରୁ ତା’ର ସ୍ବପ୍ନ ପୂରଣ କରିବା ପାଇଁ ବାପାମାଆ ତାକୁ ବାହା କରାଇ ଦେଇଛନ୍ତି। ଏମା ଏଡୱାର୍ଡସ ଓ ତାଙ୍କ ବୟଫ୍ରେଣ୍ଡ ଡାନିଏଲ ମାର୍ସାଲ ଖ୍ରୀଷ୍ଟଫର ‘ଡିଜେ’ ୱଲିୟମ୍ସ ଜୁନିୟରଙ୍କ ବିବାହ ଉତ୍ସବ ରକ୍ତକର୍କଟରେ ଏମାଙ୍କ ମୃତ୍ୟୁର ୧୨ ଦିନ ପୂର୍ବରୁ ଜୁନ୍ ୨୯ରେ ସମ୍ପନ୍ନ ହୋଇଥିଲା। ଗତ ଏପ୍ରିଲ ୨୦୨୨ରେ ଏମା ରକ୍ତକର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା।

ବାପା ଆରନ ଓ ମାଆ ଆଲିନା ଆଶା କରିଥିଲେ ଝିଅ ଭଲ ହୋଇଯିବ ବୋଲି। କିନ୍ତୁ ଜୁନ୍ ମାସରେ ଡାକ୍ତର ଜଣାଇଦେଲେ ଯେ ରୋଗ ଭଲ ହେବ ନାହିଁ ଏବଂ ଅଳ୍ପ କିଛିଦିନ ପରେ ଏମାର ମୃତ୍ୟୁ ହେବ। ଏଣୁ ଏମାର ଆଶା ପୂରଣ କରିବା ପାଇଁ ବାପାମାଆ ଦୁଇଦିନ ଭିତରେ ତା’ର ନକଲି ବାହାଘର ପାଇଁ ସବୁକିଛି ଯୋଗାଡ଼ କରିଦେଲେ। ଏକ କମ୍ୟୁନିଟି ତରଫରୁ ବିବାହ ପାଇଁ ସବୁ ସରଞ୍ଜାମ ଦାନ କରାଯାଇଥିଲା ଓ ଧୁମଧାମରେ ବାହାଘର ହୋଇଥିଲା।

ad-week
Leave A Reply

Your email address will not be published.