‘ପୀଡ଼ିତାଙ୍କ ପାଇଁ ବଳାତ୍କାର ଯେତିକି ଭୟଙ୍କର, ମିଥ୍ୟା ଅଭିଯୋଗ ଅଭିଯୁକ୍ତଙ୍କ ପାଇଁ ସେତିକି ବଡ଼ ଅପମାନ’

add-all

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁଷ୍କର୍ମ ପୀଡିତାଙ୍କୁ ସବୁଠାରୁ ବଡ ଦୁଃଖ, ଅପମାନ । ଏହା ସହିତ ଯେଉଁ ବ୍ୟକ୍ତି ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଆସୁଥିବ ତାହା ବି ସମ ପରିମାଣର ଚିନ୍ତାଜନକ ଏବଂ ଅପମାନ। ଏଭଳି ପରିସ୍ଥିତିରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ ଏପରି ପ୍ରଭାବରୁ ସୁରକ୍ଷା ଦିଆଯିବା ଉଚିତ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବି.ଆର ଗୋଭଇ ଏବଂ ଜେ.ବି ପାରଦିୱାଲାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯେତେବେଳେ ମିଥ୍ୟା ଅଭିଯୋଗ ଆସିଥିବା ହୃଦବୋଧ କରି ଜଣେ ଅଭିଯୁକ୍ତ ଏଫ୍ଆଇଆରକୁ ରଦ୍ଦ କରିବାକୁ କୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି ସେତେବେଳେ କୋର୍ଟଙ୍କ କର୍ତ୍ତବ୍ୟ ସଂପୃକ୍ତ ଏଫ୍ଆଇଆରକୁ ଭଲ ଭାବରେ ଅନୁଧ୍ୟାନ କରିବା ଉଚିତ। ମିଥ୍ୟା ଅଭିଯୋଗର ପ୍ରଭାବ ହେବାର ସମ୍ଭାବନାରୁ ଅଭିଯୁକ୍ତଙ୍କୁ ମଧ୍ୟ ସୁରକ୍ଷା ଦିଆଯିବା ଉଚିତ, ବିଶେଷତଃ ଯେଉଁ ମାମଲାରେ ବହୁ ସଂଖ୍ୟକ ଅଭିଯୁକ୍ତ ଜଡିତ ଅଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ଦୁଷ୍କର୍ମ ମାମଲାରେ ଅଭିଯୋଗକାରୀ ବ୍ୟକ୍ତିଗତ ଉଦ୍ଦେଶ୍ୟ ରଖି ଫସାଇବାକୁ ପ୍ରୟାସ କରିବାର ସମ୍ଭାବନା ରହିଛି। ତେଣୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଲ ଭାବରେ ଏଫଆଇଆର ତିଆରି କରାଯାଏ। ତେଣୁ କେବଳ ଏଫ୍ଆଇଆର୍ ବା ଅଭିଯୋଗରେ କରାଯାଇଥିବା ଆଭିମୁଖ୍ୟକୁ ଦେଖି କୋର୍ଟ ନିଷ୍ପତ୍ତି ନେବା ପର୍ଯ୍ୟାପ୍ତ ହେବନି। ଅଭିଯୋଗର ପ୍ରମାଣ ଭବିଷ୍ୟତରେ ମିଳିପାରିବ କି ନାହିଁ ନା ମାମଲାକୁ ଆଗକୁ ବଢାଇବାକୁ ଏକ ପ୍ରୟାସ ବୋଲି ଅନୁଧ୍ୟାନ କରିବାକୁ ହେବ।

ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାର ମିର୍ଜାପୁର ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଥିବା ଦୁଷ୍କର୍ମ ମାମଲାକୁ ଖାରଜ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି କହିଛନ୍ତି।

ad-week
Leave A Reply

Your email address will not be published.