‘ମୁଁ ପାଗଳ କି… ?’ ବିରୋଧୀ ମେଣ୍ଟରେ ଯୋଗଦେବା ପ୍ରସଙ୍ଗରେ କହିଲେ ଓୱେସି

add-all

ନୂଆଦିଲ୍ଲୀ : ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି ବିପକ୍ଷ ‘ଇଣ୍ଡିଆ’ ମେଣ୍ଟରେ ଯୋଗ ଦେବେ କି ? ତାଙ୍କୁ କରାଯାଇଥିବା ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ମୁଁ ପାଗଳ କି?”
‘ଭାରତ’ ସହ ମେଣ୍ଟ ବିଷୟରେ ଓୱେସି କହିଛନ୍ତି, “ଯଦି କେହି ମୋତେ କହେ ଯେ ନିଜର ସମ୍ମାନକୁ ଜଳାଞ୍ଜଳି ଦେଇ ଗୁଲାମୀ କର ଓ ଗୋଡ଼ଭାଙ୍ଗି ଛିଡ଼ା ହୁଅ, ମୋର ଜବାବ ହେବ ଯେ ମୁଁ ଲଢେଇ କରି ମରିବି ପଛେ ଏହା କରିବି ନାହିଁ ।“
ଆସନ୍ତୁ ସଂସଦ ସମ୍ମୁଖରେ ଆମକୁ ଶୂଳି ଦିଆଯାଉ। ସଂସଦ ଭିତରେ ଆମେ ଭାଷଣ ଦେଉଛୁ ଏବଂ ସଂସଦର ନିୟମ ପାଳନ କରୁଛୁ। ଆମର ମାତ୍ର ଦୁଇ ଜଣ ସାଂସଦ ଅଛନ୍ତି, ତଥାପି ମୋର ଦାୟିତ୍ୱ ରହିଛି । କିନ୍ତୁ ଯଦି ଆପଣ ନରେନ୍ଦ୍ର ମୋଦିଙ୍କ ଭଳି ଜଣେ ଚତୁର ବ୍ୟକ୍ତିଙ୍କ ସାମ୍ନାରେ ନିୟମ ଭଙ୍ଗ କରୁଛନ୍ତି ତେବେ ଆପଣ ତାଙ୍କୁ ସୁଯୋଗ ଦେଉଛନ୍ତି ।
ଅସଦୁଦ୍ଦିନ ଓୱେସି କହିଛନ୍ତି, ”ଯେଉଁ ‘ଭାରତ’ର ନେତାଙ୍କ ଶରୀରରେ ଏତେ ଦାଗ ରହିଛି, ସେମାନେ ଆଜି କିପରି ଧର୍ମନିରପେକ୍ଷ ହୋଇଛନ୍ତି। ଗୋଧ୍ରା ଟ୍ରେନ ପୋଡ଼ି ସମୟରେ ନୀତୀଶ କୁମାର ରେଳମନ୍ତ୍ରୀ ଥିଲେ। ବିଜେପି ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଭଳି ସ୍ଥିତିରେ ସେ କିପରି ଧର୍ମନିରପେକ୍ଷ ହେଲେ? ୨୦୧୯ରେ ସେ କହିଥିଲେ ନରେନ୍ଦ୍ର ମୋଦିଙ୍କୁ ଭୋଟ୍ ଦିଅନ୍ତୁ। ତା’ପରେ ସେମାନେ ଧର୍ମନିରପେକ୍ଷ ହୋଇଗଲେ। ସେହିପରି ଶରଦ ପାଓ୍ବାର ବିପକ୍ଷ ମେଣ୍ଟରେ ଯୋଗଦେବେ, କିନ୍ତୁ ପୁଣେରେ ମୋଦୀଙ୍କ ସହ ଗୋଟିଏ ମଞ୍ଚରେ ରହିବେ । ମୁଁ କଣ ପାଗଳ କି? ମୁଁ ପ୍ରଶ୍ନ ପଚାରେ ବୋଲି ମୋତେ ପସନ୍ଦ କରନ୍ତି ନାହିଁ ।”

ad-week
Leave A Reply

Your email address will not be published.