ଆଦିବାସୀ ହିଁ ଦେଶର ପ୍ରକୃତ ମାଲିକ: ରାହୁଲ ଗାନ୍ଧୀ…

add-all

[ad_1]

Rahul

ୱାୟନାଡ :  ଆଦିବାସୀଙ୍କୁ ସୀମିତ ଏବଂ ବର୍ଗିକୃତ କରାଯିବା ଉଚିତ ନୁହେଁ। ସେମାନଙ୍କୁ ଜଙ୍ଗଲ ଜମିରୁ ବି ବଞ୍ଚିତ କରିବା ଅନୁଚିତ୍, ବରଂ ସମଗ୍ର ଗ୍ରହ ସେମାନଙ୍କ ପାଇଁ ଖୋଲା କରିଦିଆଯିବା ଉଚିତ୍ କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥିସହ ସେ ଆହୁରି କହିଛନ୍ତି, ଆଦିବାସୀ ଭାଇ-ଭଉଣୀ ହିଁ ଆମ ଦେଶର ପ୍ରକୃତ ମାଲିକ। ମଣିପୁରରେ ଆଦିବାସୀ ଜମିକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉପୁଜିଥିବା ବିବାଦ ଉପରେ ଉଦବେଗ ପ୍ରକାଶ କରି ସେ ଏପରି କହିଛନ୍ତି।
ଆଜି ସଂସଦୀୟ କ୍ଷେତ୍ର କେରଳର ୱାୟନାଡର ଏକ କାର୍ଯ୍ୟକ୍ରକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆଦିବାସୀଙ୍କୁ ଆଦୌ ସୀମିତ କି ବର୍ଗୀକୃତ କରାଯିବା ଉଚିତ୍ ନୁହେଁ। ସେମାନେ ହିଁ ଭାରତର ପୁରାତନ ଆଉ ପ୍ରଥମ ମାନବ, ଯାହାଙ୍କୁ ଆଦିମ ବୋଲି କୁହାଯାଏ। ଆଦିବାସୀର ଅର୍ଥ ହେଉଛି ଏକ ନିର୍ଦ୍ଦିଷ୍ଟ ବିଚାର, ଯେଉଁମାନଙ୍କର ପୃଥିବୀ ସହ ଏକ ନିର୍ଦ୍ଦିଷ୍ଟ ବୁଝାମଣା ରହିଛି। ଆଉ ଆମେ ବାସ କରୁଥିବା ଗ୍ରହ ସହ ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ସମ୍ପର୍କ ରହିଛି। ସେମାନଙ୍କ ପାଇଁ ସମଗ୍ର ଗ୍ରହ ଉଦ୍ଦିଷ୍ଟ ହେବା ଉଚିତ୍ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
ଏଥିସହ ସେ ଆଦିବାସୀ ଏବଂ ବନବାସୀ ଶବ୍ଦକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ‘ଆମେ ଗୋଟିଏ ପଟେ ଆଦିବାସୀ ସମ୍ବୋଧିତ କରୁଛୁ, କିନ୍ତୁ ସେମାନଙ୍କୁ ବନବାସୀ କହି ଅନେକ କ୍ଷେତ୍ରରୁ ସୀମିତ କରିଦେଉଛୁ। ବନବାସୀ ଶବ୍ଦରେ ଯେଉଁ ଅର୍ଥ ରହିଛି, ତାହା ଖୁବ୍ ଅଜବ। ବନବାସୀ ଶବ୍ଦ ଭାରତର ମୂଳ ବୋଲି ପ୍ରତ୍ୟାଖାନ କରୁଛି ଏବଂ ସେମାନଙ୍କୁ କେବଳ ଜଙ୍ଗଲ ଜମିରେ ହିଁ ସୀମିତ ରଖି ଦେଉଛି।’ ଆମ ଆଦିବାସୀ ଭାଇ-ଭଉଣୀ ହେଉଛନ୍ତି ଦେଶର ପ୍ରକୃତ ମାଲିକ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
ଲୋକସଭା ସଦସ୍ୟତା ଫେରି ପାଇବା ପରେ ଏହା ରାହୁଲ ଗାନ୍ଧୀଙ୍କ ପ୍ରଥମ ୱାୟନାଡ ଗସ୍ତ। ଏହି ଅବସରରେ ସେ ଗତକାଲି ରାଜ୍ୟର ଆଦିବାସୀ ସମ୍ପ୍ରଦାୟକୁ ଭେଟିଥିଲେ। ସେମାନଙ୍କ ସହ କିଛି ସମୟ ବିତାଇବା ସହ ଭୋଜନ ମଧ୍ୟ କରିଥିଲେ। ଆଜି ୱାୟନାଡର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏପରି କହିଛନ୍ତି ରାହୁଲ ଗାନ୍ଧୀ।

[ad_2]

ad-week
Leave A Reply

Your email address will not be published.