ପୋଖରୀରୁ ଯୁବକଙ୍କ ଗଳିତ ଶଵ ଉଦ୍ଧାର

add-all

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ହନୁମନ୍ତିଆ ଜଙ୍ଗଲ ଦୋବଲାପାଳ ଗ୍ରାମ ଜନକନାଳିଠାରେ ଥିବା ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶଵ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିର ଶଵ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପାଣିରେ ଅଧାବୁଡ଼ି ରହିଥିବା ଦେଖିବାକୁ ମିଳିଛି। ପୋଖରୀ ହୁଡ଼ାରେ ଏକ ପର୍ସ, ଆଧାର କାର୍ଡ ଓ ମୋବାଇଲ ପଡ଼ି ରହିଛି।

ଆଧାର କାର୍ଡଟି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବୁଢାପଙ୍କ ଗାଁର ରବି ମୁଣ୍ଡାଙ୍କ ପୁଅ ଗୋବିନ୍ଦ ମୁଣ୍ଡାଙ୍କର ବୋଲି ଜଣାପଡ଼ିଛି। ମୃତକ ଗୋବିନ୍ଦ ମୁଣ୍ଡା ହୋଇଥିବେ ବୋଲି ଅନୁମାନ କରାଯାଉଛି। ତେବେ ଅନୁଗୋଳ ଜିଲ୍ଲାର ଜଣେ ବ୍ୟକ୍ତି ତେଲକୋଇ ଥାନା ଅଧିନରେ ଥିବା ଦୋବଲାପାଳ ଗ୍ରାମର ହନୁମାନ୍ତିଆ ସଂରକ୍ଷିତ ଜଙ୍ଗଲ ଭିତରେ ହାତୀଙ୍କ ବ୍ୟବହାର ପାଇଁ ଖୋଳା ଯାଇଥିବା ଏକ ପୋଖରୀରେ ଝୁଲନ୍ତା ଅବସ୍ଥାରେ ମିଳିବାକୁ ନେଇ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।ତେଲକୋଇ ତହସିଲଦାର, ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ad-week
Leave A Reply

Your email address will not be published.