ପ୍ରେମିକ ସହ ଧରାପଡିଲା ସ୍ତ୍ରୀ, ସ୍ବାମୀଙ୍କ ଏତଲା ପରେ ଲଜରୁ ଉଦ୍ଧାର କଲା ପୋଲିସ

add-all

ଭୁବନେଶ୍ବର : ପ୍ରେମିକ ସହ ଧରାପଡିଲା ସ୍ତ୍ରୀ। ଭୁବନେଶ୍ବର ଅଶୋକନଗର ସ୍ଥିତ ଏକ ଲଜରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଅସଂଯତ ଅବସ୍ଥାରେ ଲଜରୁ ଉଦ୍ଧାର ହୋଇଛନ୍ତି ମହିଳା । ଗତ ୧୪ ତାରିଖରେ ମହିଳ ଜଣକ ଘରୁ ଲୁଚି ପଳାଇ ଆସିଥିଲେ। ଏହାପରେ ନିଜ ପ୍ରେମିକ ସହ ଲଜରେ ରହୁଥିଲେ। ସ୍ତ୍ରୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ୱାମୀ ବଳରାମ ଜେନା ।

ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖରେ ମହିଳ ଜଣକ ଘରୁ ଲୁଚି ପଳାଇ ଆସିଥିଲେ। ଏହାପରେ ନିଜ ପ୍ରେମିକ ସହ ଲଜରେ ରହୁଥିଲେ। ଆସିବାବେଳେ ସୁନା ଅଳଙ୍କାର ଜିନିଷ ସହ ୨୫ ହଜାର ଟଙ୍କା ଚୋରି କରି ନେଇଥିବା ସ୍ବାମୀ ଅଭିଯୋଗ କରିଛନ୍ତି। ଏହାପରେ ନିଗମ ଲଜର ରୁମ ନମ୍ବର ୧୫ ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ । ସ୍ତ୍ରୀ ନିଖୋଜ ନେଇ ସ୍ବାମୀ ଜଙ୍କିଆ ଥାନାରେ ଏତଲା ଦେଇଥିଲେ। ସ୍ବାମୀଙ୍କ ଏତଲା ଆଧାରରେ କ୍ୟାପିଟାଲ ଥାନା ପୋଲିସ ଖୋଜାଖୋଜି କରିବା ପରେ ଲଜରୁ ଉଦ୍ଧାର କରିଥିଲା  ।

ad-week
Leave A Reply

Your email address will not be published.