ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାରେ ମିଳିବ କୃତ୍ରିମ ଅଙ୍ଗ ପ୍ରତିରୋପଣ ସୁବିଧା

add-all

ଭୁବନେଶ୍ୱର: ଏଣିକି ଆଉ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆସି କୃତ୍ରିମ ଅଙ୍ଗ ପ୍ରତିରୋପଣ କରିବାକୁ ପଡିବ ନାହିଁ। ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ପୁନର୍ବାସ କେନ୍ଦ୍ର (ARC) ଖୋଲାଯିବ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅନୁମୋଦନ ଦେବେ। ରାଜ୍ୟର ସମସ୍ତ ଜିଲ୍ଲାରେ ମିଳିବ କୃତ୍ରିମ ଅଙ୍ଗ ପ୍ରତିରୋପଣ ସୁବିଧା।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୯ଟି ଜିଲ୍ଲାରେ ପୁନର୍ବାସ କେନ୍ଦ୍ର ଖୋଲାଯିବ। ଏଥିଲାଗି ପ୍ରତି ଜିଲ୍ଲାରେ ଖର୍ଚ୍ଚ ହେବ ୨୭ ରୁ ୩୦ କୋଟି ଟଙ୍କା। ପର୍ଯ୍ୟାୟକ୍ରମେ ବାକି ୨୧ ଜିଲ୍ଲାରେ ପୁନର୍ବାସ କେନ୍ଦ୍ର ଖୋଲାଯିବା ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.