ବିଏମସି ପକ୍ଷରୁ ସବୁ ସ୍କୁଲରେ କରାଯିବ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ…

add-all

ଭୁବନେଶ୍ବର: ବିଏମସି ପକ୍ଷରୁ ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ , ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ। ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର ଭିତର ସଫା ରଖିବାକୁ ପରାମର୍ଶ ଦେବ ବିଏମସି। ରାଜଧାନୀରେ ବଢୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଘର ଘର ଅଭିଯାନରେ ବିଏମସି ଏଯାଏଁ ୪ ହଜାର ୩୦୯ ଘରକୁ ପହଞ୍ଚିଛି  ।

ବିଭିନ୍ନ ୱାର୍ଡରେ ଘରକୁ ଘର ଯାଇ ସଚେତନତା ସୃଷ୍ଟି କରିବା ସହ ହଜାରେରୁ ଅଧିକ ମଶା ଲାର୍ଭା ଉତ୍ପତ୍ତି ସ୍ଥଳ ନଷ୍ଟ କରାଯାଇଛି। ଭୁବନେଶ୍ୱରରେ ଏଯାବତ ୧୧୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ୪୭୧ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏବେ ବି ୫୦ଜଣ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଡେଙ୍ଗୁ ରୋକିବାକୁ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ସାଧାରଣ ଲୋକ ମଧ୍ୟ ସହଯୋଗ କରିବା ଏବଂ ନିଜ ଆଖପାଖ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର।

ad-week
Leave A Reply

Your email address will not be published.