ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ…

add-all

ରାଉରକେଲା : ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଫୁଟିଲା ଗୁଳି । ରାଜଗାଙ୍ଗପୁର ଡେଲି ମାର୍କେଟ ଆଇସିଆଇସିଆଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର ବନ୍ଧୁକରୁ ଗୁଳି ଚାଲିଲା ।ଟଙ୍କା ଭର୍ତ୍ତି ବାକ୍ସ ଓହ୍ଲାଇଲା ବେଳେ ଫୁଟିଲା ବନ୍ଧୁକ । ଜଣେ ମହିଳା ସମେତ ୩ ଗୁରୁତର ହୋଇଛନ୍ତି । ଆହତ ତିନି ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। କେଉଁ ପରିସ୍ଥିତିରେ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଗୁଳି ଫୁଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାନୁସାରେ, ସିଏମଏସ ଗାଡ଼ିରେ ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ଆସିଥିବା ବେଳେ ବ୍ୟାଙ୍କ ନିକଟରେ ଗାଡିରୁ ଓହ୍ଲାଉଥିବା ବେଳେ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଅସାବଧାନତା କାରଣରୁ ଗୁଳି ଫୁଟିଥିଲା । ଏହି ଗୁଳିଗୁଡ଼ିକ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଠେଲା ଗାଡ଼ି ମାଲିକ, ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ବାଜିଥିଲା। ତୁରନ୍ତ ସେମାନଙ୍କୁ ରାଜରାଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଶରୀରରୁ ଗୁଳି ବାହାର କରାଯାଇଥିବା ଜଣାଯାଇଛି। ଏହାପରେ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ରାଉରକେଲା ପଠାଯିବ ବୋଲି ଜଣାଯାଇଛି। ସୁରକ୍ଷାକର୍ମୀଙ୍କୁ ସ୍ଥାନୀୟ ବାସିନ୍ଦାମାନେ କାବୁ କରି ପୋଲିସର ଜିମା ଦେଇଛନ୍ତି । ଘଟଣାସ୍ଥଳରେ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ad-week
Leave A Reply

Your email address will not be published.