ପ୍ରବଳ ବର୍ଷାରେ ଭୁଶୁଡି ପଡ଼ିଲା ଦୁଇ ମହଲା କୋଠା

add-all

ସମ୍ବଲପୁର: ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି। ସମ୍ବଲପୁର ସହରରେ ଥିବା ଏହି ଦୁଇ ମହଲା କୋଠା ଯଦିଓ ପୁରୁଣା ଥିଲା କିନ୍ତୁ କୋଠା ଭୁଶୁଡିବାରୁ କାହାରି ପ୍ରାଣହାନୀ ହୋଇନାହିଁ। ମିଳିଥିବା ସୂଚନା ଅନୁସାରେ ଦୀର୍ଘ ସମୟ ଧରି ଏହି କୋଠାକୁ କେହି ବ୍ୟବହାର କରୁନଥିଲେ।

ବୁଧବାର ଠାରୁ ଲଗାଣ ବର୍ଷା ଜାରି ରହିଛି। ଆଜି ସକାଳୁ ସକାଳୁ ସହରର କ୍ଷେତରାଜପୁର ଅଞ୍ଚଳରେ ଏହି ଅଘଟଣା ଘଟିଥିବା ବେଳେ କୋଠାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି।

ପୂର୍ବରୁ ଏହି କୋଠାଟି ଧର୍ମଶାଳା ଭାବେ ପରିଗଣିତ ହେଉଥିଲା। ତେବେ କୋଠାଟି ବିପଦସଙ୍କୁଳ ଥିବାରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଆଉ ଏବେ ପ୍ରବଳ ବର୍ଷା ହେବାରୁ ହଠାତ୍ କୋଠାଟି ଭୁଶୁଡ଼ି ପଡ଼ିଥିଲା। ତେବେ ଭଗ୍ନାବଶେଷ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.