

ବୟସାଧିକ କାରଣରୁ ଲବଙ୍ଗ ଏବେ ଚାଲିବାକୁ ଅକ୍ଷମ। ଫଳରେ ସେ ଭତ୍ତା ଆଣିବା ପାଇଁ ଆଉ ଯାଇପାରୁନାହାନ୍ତି। ସେ ମାସିକ ବାର୍ଦ୍ଧକ୍ୟ ଭତ୍ତା ପାଇନଥିବାରୁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ହେଲେ କେହି କର୍ଣ୍ଣପାତ କରିନଥିଲେ । ତେଣୁ ଆଜି ତାଙ୍କୁ ଏକ ଟ୍ରଲିରେ ପ୍ରଥମେ ବ୍ୟାଙ୍କକୁ ନିଆଯାଇଥିଲା। ହେଲେ ବ୍ୟାଙ୍କ ତାଙ୍କୁ ପୌରପାଳିକାକୁ ପଠାଇ ଦେଇଥିଲେ। ପରେ ବୃଦ୍ଧାଙ୍କ ଝିଅ ଡାଳିମ୍ବ ବେଣିଆ ଟ୍ରଲିରେ ଲବଙ୍ଗଙ୍କୁ ବୋହି ନେଇ ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଲବଙ୍ଗଙ୍କୁ ବକେୟା ଭତ୍ତା ଟଙ୍କା ମିଳିଥିଲା। ସେପଟେ ଘଟଣାକୁ ନେଇ ପାରଳା ପୌରପାଳିକାର ନିର୍ବାହୀ ଅଧିକାରୀ କହିଛନ୍ତି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନେବେ।