ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

add-all

ଭୁବନେଶ୍ୱର: ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି। ଶୁକ୍ରବାର ଦିନ ସାବିତା ପ୍ରଧାନଙ୍କୁ ପୁରୀ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ଦେଲେ କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ୍। କୁଳପତି ଭାବେ ପ୍ରଫେସର ସବିତାଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି।

ପ୍ରଫେସର ସବିତା କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୨ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ଶାନ୍ତି ନିକେତନ ବିଶ୍ୱଭାରତୀରେ ଓଡିଆ ବିଭାଗର ପ୍ରଫେସର ଅଛନ୍ତି। ଭାଷା ବିଜ୍ଞାନ ଏବଂ ଶୈଳୀ, ଆଧୁନିକ ଓଡିଆ ସାହିତ୍ୟରେ ସେ ପାରଦର୍ଶିତା।

ସୂଚନା ଥାଉକି ୨୦୧୮ ମସିହାରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପୁରୀରେ ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାବିନେଟ୍‍ ବୈଠକରେ ନିଷ୍ପତ୍ତି ନେଇଥିଲେ। ବହୁ ବିଳମ୍ବରେ ଏହି ବିଶ୍ୱବିଦ୍ୟାଳୟ ପାଇଁ ଜମି ଚିହ୍ନଟ ଓ ଅଧିଗ୍ରହଣ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ  ବିଶ୍ୱବିଦ୍ୟାଳୟ ଲାଗି କୁଳପତିଙ୍କଠାରୁ ଆରମ୍ଭ କରି ଶିକ୍ଷକ, ପ୍ରଶାସକଙ୍କୁ ନିଯୁକ୍ତି ଦିଆଯାଇନଥିଲା।

ad-week
Leave A Reply

Your email address will not be published.