ଆଜି ବିଶ୍ବ ଫଟୋଗ୍ରାଫି ଦିବସ: ଚଳିତବର୍ଷର ଥିମ୍ ଭୂଦୃଶ୍ୟ…

add-all

photo

ମୁମ୍ବାଇ: ଆଜି ହେଉଛି ‘ବିଶ୍ବ ଫଟୋଗ୍ରାଫି ଦିବସ’। ଚିତ୍ରୋତ୍ତୋଳନ ବା ଫଟୋଗ୍ରାଫିରେ ଅନ୍ତର୍ନିହିତ ଥିବା କଳା ଓ ବିଜ୍ଞାନ ପ୍ରତି ଏହି ଦିବସ ଉତ୍ସର୍ଗୀକୃତ। ୧୮୩୭ ମସିହାରେ ଫରାସୀ ବୈଜ୍ଞାନିକ ଲୁଇ ଡାଗେର୍‌ଙ୍କ ଦ୍ବାରା ‘ଡିଗେରୋଟାଇପ୍‌’ ନାମକ ସ୍ବତନ୍ତ୍ର ଚିତ୍ରୋତ୍ତୋଳନ ପ୍ରକ୍ରିୟା ବିକଶିତ ହୋଇଥିଲା। ୧୯୩୯ ମସିହା ଆଜିର ଦିନରେ ଉକ୍ତ ପ୍ରକ୍ରିୟାକୁ ସାର୍ବଜନୀନ କରାଯାଇଥିଲା ।  ଯାହା ଫଟୋଗ୍ରାଫି ଇତିହାସର ଏକ ମାଇଲ୍‌ଖୁଣ୍ଟ ଭାବେ ବିବେଚିତ। ସେହି ଦିବସକୁ ସ୍ମରଣ କରିବା ଲାଗି ପ୍ରତି ବର୍ଷ ଅଗଷ୍ଟ ୧୯ ତାରିଖରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ କରାଯାଇ ଆସୁଛି। ଏହା ଫଟୋଗ୍ରାଫର୍‌ମାନଙ୍କୁ ବିଭିନ୍ନ କୌଶଳ, ରଚନା ଓ ଶୈଳୀ ସହ ପରୀକ୍ଷାନିରୀକ୍ଷା କରିବାକୁ ଉତ୍ସାହିତ କରିବା ସହ ଚିତ୍ରୋତ୍ତୋଳନକୁ କଳାର ଏକ ବୈଧ ରୂପ ଭାବେ ପ୍ରତିପାଦନ କରିଥାଏ।

ଏଥି ସହିତ ସାଧାରଣ ଜନତାଙ୍କୁ ମଧ୍ୟ କାହାଣୀ ବର୍ଣ୍ଣନା କରିବାରେ, ଭାବନାକୁ ଧରି ରଖିବାରେ ଏବଂ ସ୍ମୃତି ସଂରକ୍ଷଣ କରିବାରେ ଚିତ୍ରୋତ୍ତୋଳନର ଶକ୍ତିକୁ ସ୍ବୀକାର କରିବା ପାଇଁ ଉତ୍ସାହିତ କରିଥାଏ। ସେହିପରି ଏହା ହେଉଛି ଚିତ୍ରୋତ୍ତୋଳନର ବୈଷୟିକ ଦିଗ, ଯନ୍ତ୍ରପାତିର ଅଗ୍ରଗତି ଏବଂ ବିଭିନ୍ନ ପ୍ରକାର ଚିତ୍ରୋତ୍ତୋଳନ ଭିତ୍ତିକ ବିବର୍ତ୍ତନ ସମ୍ପର୍କରେ ଆଲୋଚନା କରିବାର ଦିନ। ଏହି ଅବସରରେ ଉତ୍ସାହୀ ଫଟୋଗ୍ରାଫର୍‌ ଓ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଫଟୋ, ତାହା ପଛର କାହାଣୀ ଏବଂ ସୃଜନ ପ୍ରକ୍ରିୟା ସମ୍ପର୍କରେ ଭାବ ବିନିମୟ କରିବାର ଅବସର ପାଇଥାନ୍ତି। ଚଳିତବର୍ଷ ବିଶ୍ବ ଫଟୋଗ୍ରାଫି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଭୂଦୃଶ୍ୟ’।

Post Views: 6

ad-week
Leave A Reply

Your email address will not be published.