ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ଅଗ୍ନିକାଣ୍ଡ…

add-all

freepressjournal

ପୁଣି ଟ୍ରେନରେ ନିଆଁ । ଧୂଆଁମୟ ହୋଇଗଲା ସମ୍ପୂର୍ଣ୍ଣ ପରିବେଶ । ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣା ପଡ଼ିଛି । ସଙ୍ଗୋଲି ରୟାନା ରେଲୱେ ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଟ୍ରେନରୁ ସମସ୍ତ ଯାତ୍ରୀ ବାହାରିବାର ୨ ଘଣ୍ଟା ପରେ ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ଅଗ୍ନିଶମ ବାହିନୀ ଓ ବିଶେଷଜ୍ଞ ଟିମ୍ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି ।

ସୂଚନା ଅନୁସାରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ସାଙ୍ଗୋଲି ରୟାନା ରେଳ ଷ୍ଟେସନରେ ପହଞ୍ଚିବା ପରେ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଦକ୍ଷିଣ-ପଶ୍ଚିମ ରେଳ ତରଫରୁ ଏହି ସୂଚନା ମିଳିଛି। ଦକ୍ଷିଣ ପଶ୍ଚିମ ରେଳବାଇ ଏକ ବିବୃତ୍ତିରେ କହିଛି ଯେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ସଙ୍ଗୋଲି ରୟାନା ରେଳ ଷ୍ଟେସନରେ ପହଞ୍ଚିବା ପରେ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଯାତ୍ରୀମାନେ ଟ୍ରେନରେ ଓହ୍ଲାଇବାର ଦୁଇ ଘଣ୍ଟା ପରେ ଏହି ଘଟଣା ଘଟିଥିଲା। ଟ୍ରେନରେ ଏଭଳି ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ଦେଖାଯାଇଛି ।

ବାରମ୍ବାର ଏଭଳି ଟ୍ରେନରେ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ଟ୍ରେନରେ ଯାଉଥିବା ଯାତ୍ରୀମାନେ ଅସୁରକ୍ଷିତ ମନେ କରୁଛନ୍ତି । ଯାତ୍ରୀମାନଙ୍କ ମଧ୍ୟରେ ଭୟ ଉପୁଜୁଛି । ଉକ୍ତ ଟ୍ରେନରେ କାହିଁକି ନିଆଁ ଲାଗିଲା ତାର ସଠିକ କାରଣ ଜଣା ପଡ଼ିନଥିବାବେଳେ ଘଟଣାର ତଦନ୍ତ ଚାଲିଛି ।


Post Views: 6

ad-week
Leave A Reply

Your email address will not be published.