ସୋଶିଆଲ ମିଡିଆରେ ଅଶ୍ଳୀଳ ପୋଷ୍ଟ କରି କ୍ଷମା ମାଗିବା ପରେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରିବେନି…

add-all

supreme court

ନୂଆଦିଲ୍ଲୀ: କେବଳ କ୍ଷମାପ୍ରାର୍ଥନା ଜାରି କରି ବ୍ୟକ୍ତିବିଶେଷ ନିଜର ଅଶାଳୀନ ଓ ଅଶ୍ଳୀଳ ସୋସିଆଲ ମିଡିଆ ପୋଷ୍ଟର ପରିଣାମରୁ ବର୍ତ୍ତି ପାରିବେ ନାହିଁ । ଶୁକ୍ରବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏଭଳି ଗୁରୁତ୍ୱାରୋପ କରିଛନ୍ତି।

୭୨ ବର୍ଷୀୟ ଅଭିନେତା ତଥା ତାମିଲନାଡୁର ପୂର୍ବତନ ବିଧାୟକ ଏସ. ଭି. ଶେଖର ମହିଳା ସାମ୍ବାଦିକମାନଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଥିବା ପୋଷ୍ଟ ସେୟାର କରିଥିବାରୁ ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯେଉଁ ସମୟରେ ଏଭଲି ଏକ ରାୟ ଶୁଣାଇଛନ୍ତି କୋର୍ଟ। ଏବଂ ମାମଲା ରଦ୍ଦ ହେବ ନାହିଁ ଆଗକୁ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ଫେସବୁକରେ ଆପତ୍ତିଜନକ ପୋଷ୍ଟ ସେୟାର କରିବା ପରେ ଶେଖରଙ୍କ ବିରୋଧରେ ତାମିଲନାଡୁରେ ଏକାଧିକ ମାମଲା ରୁଜୁ ହୋଇଥିଲା। ତାଙ୍କ ଓକିଲ ଯୁକ୍ତି କରିଥିଲେ ଯେ ଶେଖର ଯେଉଁ ମନ୍ତବ୍ୟ ରଖିଥିଲେ ସେଥିପାଇଁ ଅନୁତାପ କରିବା ପରେ ତୁରନ୍ତ ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ ଏବଂ ନିଃସର୍ତ୍ତ କ୍ଷମା ମଧ୍ୟ ମାଗିଥିଲେ। ଓକିଲ ଆହୁରି ମଧ୍ୟ କହିଛନ୍ତି ଯେ ଉଲ୍ଲେଖଯୋଗ୍ୟ ସୋସିଆଲ ମିଡିଆ ଫଲୋଅର୍ସ ଥିବା ଏହି ଅଭିନେତା ଅଜାଣତରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ନ ପଢି ଅନ୍ୟ କାହାର ପୋଷ୍ଟ ସେୟାର କରିଥିଲେ।

ତେବେ ସୁପ୍ରିମକୋର୍ଟର ବିଚାରପତି ବି ଆର ଗୋଭାଇ ଏବଂ ପ୍ରଶାନ୍ତ କୁମାର ମିଶ୍ର ସୋଶିଆଲ ମିଡିଆ ପୋଷ୍ଟକୁ ନବୁଝି ସେୟାର କରିବା ଉପରେ ଆଶ୍ଚର୍ୟ୍ୟ ପ୍ରକାଶ କରିଛନ୍ତି। ଏବଂ ସୋସିଆଲ ମିଡିଆ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

କୋର୍ଟ କହିଛନ୍ତି ଯେ ସୋସିଆଲ ମିଡିଆ ବ୍ୟବହାର ବାଧ୍ୟତାମୂଳକ ନୁହେଁ, କିନ୍ତୁ ଯେଉଁମାନେ ଏହା ସହିତ ଜଡିତ ହେବାକୁ ପସନ୍ଦ କରନ୍ତି ସେମାନେ ସେମାନଙ୍କ କାମର ପରିଣାମ ଗ୍ରହଣ କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ।


Post Views: 7

ad-week
Leave A Reply

Your email address will not be published.