ଚିନ୍ତା ବଢାଇଲା କରୋନା; ଭୂତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ…

add-all

covid

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା କରୋନା। ବୈଜ୍ଞାନିକମାନେ କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି। ଏହି ଭାରିଆଣ୍ଟର ନାମ ବିଏ.୨.୮୬। ଏହି ଭାରିଆଣ୍ଟକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜୁଲାଇ ଶେଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରୋଟି ଭିନ୍ନ ଦେଶରେ ଏହି ନୂତନ ଭାରିଆଣ୍ଟ ରୋଗୀଙ୍କଠାରେ ଦେଖିବାକୁ ମିଳିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକାର, ବ୍ରିଟେନ ଏବଂ ଇସ୍ରାଏଲରେ କରୋନାର ଏହି ନୂତନ ଭାରିଏଣ୍ଟ ବିଏ.୨.୮୬ ଦେଖିବାକୁ ମିଳିଛି। ଏଥି ସହିତ ଡେନମାର୍କରେ ତିନିଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ବୌଜ୍ଞାନିକମାନେ ଏହି ଭାରିଆଣ୍ଟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହାର କାରଣ ହେଉଛି ଏହି ଭାରିଆଣ୍ଟରେ ୩୬ ଟି ପରିବର୍ତ୍ତନ ଘଟିଛି। କରୋନାର ଏହି ନୂତନ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପେ ଏବଂ ଲୋକଙ୍କୁ ଗୁରୁତର ଭାବରେ ଅସୁସ୍ଥ କରିଥାଏ।

ହ୍ୟୁଷ୍ଟନ ମେଥୋଡିଷ୍ଟ ହସ୍ପିଟାଲର ଡାଇଗ୍ନୋଷ୍ଟିକ ମାଇକ୍ରୋବାୟୋଲୋଜି ବିଭାଗର ନିର୍ଦ୍ଦେଶକ ଡକ୍ଟର ଏସ ୱେସଲି ଲଙ୍ଗ କହିଛନ୍ତ, ଏହି ଭାରିଆଣ୍ଟ ଭବିଷ୍ୟତରେ ବିପଜ୍ଜନକ ରୂପ ନେଇପାରେ। ତେବେ ଏହାକୁ ନେଇ କରୋନା ମହାମାରୀର ଏକ ନୂଆ ଲହର ଆସିବ ବୋଲି ଅନୁମାନ କରାଯାଉଛି। ଆଉ ସେହି ସମୟରେ କରୋନା ପାଇଁ ବର୍ତ୍ତମାନ ଦିଆଯାଉଥିବା ଟିକା ପ୍ରଭାବଶାଳୀ ହେବ ନାହିଁ। ଅନ୍ୟପଟେ ଏହାକୁ ଦୃଷ୍ଟିରେ ରଖି ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର କରୋନା ଗାଇଡଲାଇନ ଅନୁସରଣ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି।


Post Views: 7

ad-week
Leave A Reply

Your email address will not be published.