ମନ୍ଦିରରେ ପୂଜା କରୁଥିବା ସମୟରେ ଟଳି ପଡ଼ିଲେ ପୂଜକ…

add-all

ch

ନରସିଂହପୁର: ଆଜି ସକାଳେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଅଲରା ଗାଁରେ ଥିବା ଶିବ ମନ୍ଦିରରେ ଅଘଟଣ ଘଟିଛି। ମନ୍ଦିରରେ ପୂଜା କରୁଥିବା ସମୟରେ ଟଳି ପଡ଼ିଥିଲେ ପୂଜକ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।

ସୂଚନା ଅନୁଯାୟୀ, ଅଲରା ଗାଁରେ ଶିବ ମନ୍ଦିରର ପୂଜକ ପ୍ରଭାସ ନନ୍ଦ(୪୦) ପ୍ରତିଦିନ ଭଳି ଆଜି ବି ସକାଳେ ମନ୍ଦିରକୁ ଆସିଥିଲେ। ସେ ପୂଜା କରୁଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ଏହାପରେ ପୂଜକଙ୍କୁ ସଙ୍ଗେ ସଙ୍ଗେ ୧୦୮ ଯୋଗେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗୁରୁତର ପୂଜକ ପ୍ରଭାସ ନନ୍ଦଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଏହି ଘଟଣା ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏଣେ ନରସିଂହପୁର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବରୁ ପୂଜକ ପ୍ରଭାସ ନନ୍ଦ ଶ୍ୱାସ ରୋଗରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି।

Post Views: 7

ad-week
Leave A Reply

Your email address will not be published.