

ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍କୁଲ ଗୁଡିକୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ସମ୍ପୃକ୍ତ କରାଯାଇଛି । ଆଜିଠାରୁ ୬ ମାସ ମଧ୍ୟରେ ଇ-ଲାଇବ୍ରେରୀ , ସାଇନ୍ସ ଲ୍ୟାବ , ଗାଲ୍ସ କମନରୁମ, ବଏଜ୍ କମନରୁମ ପରି ଉନ୍ନତିକରଣ କାର୍ଯ୍ୟ ଏହି କଲେଜ ଗୁଡିକରେ କରାଯିବ । କାମରେ ବିଳମ୍ବ କରାନଯାଇ ନିରବିଚ୍ଛିନ୍ନ ଭାବେ ସମସ୍ତ କାମ କରାଯିବ । କଲେଜ ଗୁଡିକରେ କାମ ଆରମ୍ଭ ହେବା ଆଗରୁ ଶ୍ରେଣୀ ଗୃହର ଏକ ଫଟୋ ଏବଂ କାମ ସରିବା ପରେ ଆଉ ଏକ ଫଟୋ ଉଠାଇ ଶ୍ରେଣୀ ଗୃହର ଉନ୍ନତିକରଣ ର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ପିଲାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ।
Post Views: 2