ଆଜି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟରେ ଶୁଣାଣି କରାଯିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଯୁକ୍ତ ଗୋପାଳ ଦାସକୁ ହାଜର କରାଯିବାର ଥିଲା । ହେଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଛୁଟିରେ ଥିବାରୁ ମାମଲାର ଶୁଣାଣିକୁ ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବର୍ତ୍ତମାନ ଗୋପାଳ ଚୌଦ୍ବାର ଜେଲରେ ରହିଛି । ଏହାପୂର୍ବରୁ ଦୁଇଥର ବ୍ୟକ୍ତିଗତ ଭାବେ ଗୋପାଳକୁ କୋର୍ଟରେ ହାଜର କରାଯାଇଥିଲା ।
Post Views: 6
