ସ୍କୁଲ ପାଖ ନାଳରେ ବୁଡ଼ି ଛାତ୍ର ମୃତ…

add-all

sch

ନୂଆପଡା: ବୋଡେନ ବ୍ଲକ ବୁଢ଼ାପଡା ଅପଗ୍ରେଡ ହାଇସ୍କୁଲରେ ଅଭାବନୀୟ ଘଟଣା। ସ୍କୁଲ ପାଖ ନାଳରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ର ମୃତ। ମଧ୍ୟାହ୍ନ ଭୋଜନ ପରେ ନାଳକୁ ଗାଧୋଇବା ପାଇଁ ଯାଇ ବୁଡ଼ି ଯାଇଥିଲେ ଛାତ୍ର। ଘଟଣାକୁ ନେଇ ସ୍କୁଲରେ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ସେପଟେ ପ୍ରଧାନଶିକ୍ଷକ ଓ ସହକର୍ମୀଙ୍କୁ ତାଲା ପକାଇ ଗ୍ରାମବାସୀ ବିରୋଧ କରିଛନ୍ତି।

ସୂଚନା ଅନୁସାରେ ବୁଢାପଡା ଗ୍ରାମର ରୁଦ୍ର ମାଧବ ଜଗତ ଓ ସବିତା ଜଗତଙ୍କ ପୁଅ କେଶବ ଜଗତ ଆଜି ବିଦ୍ୟାଳୟକୁ ପଢି ଯାଇଥିଲେ। ଖାଇବା ଛୁଟି ପରେ ସେ କିଛି ଛାତ୍ରଙ୍କ ସହ ନିକଟସ୍ଥ ଏକ ନାଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ
ବୁଡି ଯାଇଥିଲେ। ସହପାଠୀ ମାନେ ଶିକ୍ଷକମାନଙ୍କୁ ଜଣାଇବା ପରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ପିଲାମାନଙ୍କୁ ନେଇ ନାଳକୁ ଯାଇଥିଲେ ଓ ନିଜେ ଉଦ୍ଧାର ନକରି ପିଲା ମାନଙ୍କୁ ମୃତଦେହ ଉଦ୍ଧାର ପାଇଁ କହିଥିଲେ। ଖବର ପାଇ ପରିବାର ଲୋକେ କେଶବଙ୍କୁ ଖଡ଼ିଆଳ ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହାପରେ ପରିବାର ଲୋକେ ଓ ଗ୍ରାମବାସୀ ଉତ୍ୟେକ୍ତ ହୋଇ ସ୍କୁଲ ଘେରାଉ ସହ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ଓ ସହକର୍ମୀଙ୍କୁ ତାଲା ପକାଇବା ସହ ଖଡ଼ିଆଳ ବୋଡେନ ରାସ୍ତା ଅବରୋଧ କରିଛନ୍ତି। ଶିକ୍ଷକମାନଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ସେମାନଙ୍କୁ ନିଲମ୍ବନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ପରିବାର ଲୋକଙ୍କ କହିବା କଥା ହେଲା ଶିକ୍ଷକ ନିଜେ ଉଦ୍ଧାର କରିଥିଲେ କେଶବ ବଞ୍ଚି ଯାଇଥାନ୍ତା। କିନ୍ତୁ ସେ ବ୍ରିଜ ଉପରେ ରହି ଅନ୍ୟ ଛାତ୍ରମାନଙ୍କୁ ପାଣିରେ ପଶି ଉଦ୍ଧାର ପାଇଁ କହିଥିଲେ।

ଏବେ ବୋଡେନ ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ପାରିନାହିଁ। ବର୍ତ୍ତମାନ ବୋଡେନ ତହସିଲଦାର ରାଜେଶ କୁମାର ମେହେରଙ୍କ ସହ ବୋଡେନ ଓ ଖଡ଼ିଆଳ ପୋଲିସ ପହଁଚିଥିଲେ ହେଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରାଯାଇପାରିନାହଁ। ଛାତ୍ର ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରି ପାରୁନଥିବା ବେଳେ ଏଥିରେ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


Post Views: 1

ad-week
Leave A Reply

Your email address will not be published.