କେବଳ ସୀତଲଭାଦ ନୁହନ୍ତି, ଦୁଷ୍କର୍ମ ପୀଡ଼ିତାଙ୍କୁ ମଧ୍ୟ ସହଯୋଗ କଲା ସୁପ୍ରିମକୋର୍ଟଙ୍କ ନୂଆ ଏସ୍‌ଓପି

add-all

sc

ନୂଆଦିଲ୍ଲୀ : ଜରୁରୀ ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ପ୍ରସ୍ତୁତ କରିଥିବା ଗାଇଡ ଲାଇନ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ସହାୟକ ହୋଇଛି। ପୀଡ଼ିତା ଜଣଙ୍କ ଗର୍ଭପାତ କରିବା ପାଇଁ ଅନୁମତି ମାଗିଥିବା ବେଳେ ସୁପ୍ରିମକୋର୍ଟ ଏହାର ଜରୁରୀ ଶୁଣାଣି କରି ଉପଯୁକ୍ତ ପଦକ୍ଷେପ ନେଇଛନ୍ତି। ନୂଆ ଏସ୍‌ଓପି ଯୋଗୁ ଏହା ସମ୍ଭବ ହୋଇଥିବା ଜଣାପଡ଼ିଛି।

ନୂଆ ଏସ୍‌ଓପିରେ କୁହାଯାଇଛି ଯେ ଅତ୍ୟନ୍ତ ଜରୁରୀ ମାମଲା ଗୁଡ଼ିକର ଶୁଣାଣି ପାଇଁ ଆବେଦନକାରୀ କୋର୍ଟ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇପାରିବେ। ସକାଳ ୧୦.୩୦ ସୁଦ୍ଧା ଏହା ହେବାର ଜରୁରୀ। ଏହାପରେ ଅଧିକାରୀ ଜଣଙ୍କ ଲଞ୍ଚ ରିସେସ କିମ୍ବା ଯେକୌଣସି ସମୟରେ ଏହାକୁ ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ମାମଲାର ଜରୁରୀ ଶୁଣାଣି ପାଇଁ ଇ-ମେଲ ଯୋଗେ ଅନୁରୋଧ ମଧ୍ୟ ପଠାଯାଇ ପାରିବ। ଏହାକୁ ନିଜେ ଜଷ୍ଟିସ ଚନ୍ଦ୍ରଚୂଡ଼ ଟ୍ରାକ୍‌ କରୁଥିବା ଜଣାପଡ଼ିଛି।

ତିସ୍ତା ସୀତଲଭାଦଙ୍କୁ ବିଳମ୍ବିତ ରାତିରେ ଜାମିନ ମିଳିବା ଓ ନୁହ୍‌ ସାଂପ୍ରଦାୟିକ ଦଙ୍ଗ ଘଟଣାର ଜରୁରୀ ଶୁଣାଣି ନୂଆ ଏସ୍‌ଓପି ଦ୍ୱାରା ସମ୍ଭବ ହୋଇପାରିଛି।

ଶନିବାର ରାତିରେ ସୀତଲଭାଦଙ୍କ ଜାମିନ ଆବେଦନୀର ଶୁଣାଣି ହୋଇଥିଲା। ସିଜେଆଇ ଚନ୍ଦ୍ରଚୂଡ଼ ଭାରତନାଟମ୍ୟ କାର୍ଯ୍ୟକ୍ରମ ଛାଡ଼ି ସୀତଲଭାଦଙ୍କ ଆବେଦନ ଉପରେ ନିଜର ସାଥୀ ବିଚାରପତିମାନଙ୍କ ସହ କଥା ହୋଇଥିଲେ। ତାଙ୍କ ଗିରଫଦାରୀ ଉପରେ ମଧ୍ୟ ରୋକ ଲଗାଇଥିଲେ। ଏହାବାଦ ନୁହ ସାଂପ୍ରଦାୟିକ ଦଙ୍ଗାର ଶୁଶାଣି ପାଇଁ ଧାରା ୩୭୦କୁ ନେଇ ଚାଲିଥିବା ଶୁଶାଣିକୁ କିଛି ସମୟ ବନ୍ଦ କରାଯାଇଥିଲା। ସାମ୍ବିଧାନିକ ବେଞ୍ଚ ପ୍ରଥମେ ନୁହ ଉପରେ ଶୁଣାଣି କରିଥିଲେ।

ସୀତଲଭାଦଙ୍କୁ ବିଳମ୍ବିତ ରାତିରେ ଜାମିନ ମିଳିବାରୁ କିଛି ଲୋକ ସୁପ୍ରିମକୋର୍ଟଙ୍କୁ ତାଚ୍ଛଲ୍ୟ କରିଥିଲେ। ସେ ଜଣେ ପରିଚିତ ବ୍ୟକ୍ତି ବିଶେଷ ହୋଇଥିବାରୁ ସର୍ବୋଚ୍ଚ ଅଦାଲତ ବିଳମ୍ବିତ ରାତିରେ ତାଙ୍କ ଆବେଦନ ଶୁଣାଣି କରିଥିବା ସେମାନେ କହିଥିଲେ। ଏଥିସହ ସାଧାରଣ ଲୋକଙ୍କ ପାଇଁ କ’ଣ ବ୍ୟବସ୍ଥା ହୋଇଛି ବୋଲି ପ୍ରଶ୍ନ କରିଥିଲେ। ତେବେ କୋର୍ଟ ଜରୁରୀ ଆବେଦନର ଶୁଣାଣି ନୂଆ ଏସ୍‌ଓପି ଆଧାରରେ କରିଥିବା କୋର୍ଟ ସୂତ୍ରରେ କୁହାଯାଇଛି।

ସୁପ୍ରିମକୋର୍ଟ ସୋମବାର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ୨୮ ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତି ଦେଇଥିଲେ। ଏହି ସମୟରେ ସର୍ବୋଚ୍ଚ ଅଦାଲତ ଗୁଜରାଟ ହାଇକୋର୍ଟଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି ପାଇଁ ଲିଷ୍ଟିଂ କରିଥିଲେ। କିନ୍ତୁ ଏହା ପୂର୍ବରୁ ହାଇକୋର୍ଟ ଶୁଣାଣି କରି ପୀଡ଼ିତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ। ତେଣୁ ସର୍ବୋଚ୍ଚ ଅଦାଲତ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜଲ ଭୂୟାଁଙ୍କ ଖଣ୍ଡପୀଠ କହିଥିଲେ, “ଗୁଜରାଟ ହାଇକୋର୍ଟରେ କ’ଣ ସବୁ ଚାଲିଛି? ଭାରତରେ କୌଣସି ବି ତଳ କୋର୍ଟ ଉପର କୋର୍ଟ ବିରୋଧରେ ରାୟ ଦେଇ ପାରିବେ ନାହିଁ। ଏହା ସମ୍ବିଧାନର ମୌଳିକ ମୂଲ୍ୟବୋଧର ବିରୋଧାଚରଣ।”

Post Views: 6

ad-week
Leave A Reply

Your email address will not be published.