୨/୪ ମାସ ପିଆଜ ନ ଖାଇଲେ କିଛି ବିଗିଡ଼ିଯିବ ନାହିଁ : ମହାରାଷ୍ଟ୍ର ମନ୍ତ୍ରୀ ଦାଦା ଭୁସେ…

add-all

adsr

ଟମାଟୋ ପରେ ଏବେ ପିଆଜ ପାଳି। ପିଆଜର ବର୍ଦ୍ଧିତ ମୂଲ୍ୟ ରୋଷେଇ ଘରର ବଜେଟ୍‌ ବିଗାଡ଼ିବା ଆରମ୍ଭ କଲାଣି। ଏହାରି ଭିତରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଦାଦା ଭୁସେ କହିଛନ୍ତି, ଯଦି ଲୋକମାନେ ୨/୪ ମାସ ପିଆଜ ନ ଖାଇବେ, ତେବେ କିଛି ବିଗିଡ଼ିଯିବ ନାହିଁ।

କହି ରଖୁଛୁ ଯେ କେନ୍ଦ୍ର ସରକାର ପିଆଜ ଉପରେ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଥିବା ବେଳେ ଏହାକୁ ମହାରାଷ୍ଟ୍ରର ଚାଷୀମାନେ ବିରୋଧ କରୁଛନ୍ତି।

ମହାରାଷ୍ଟ୍ରର ଲୋକ ନିର୍ମାଣ ମନ୍ତ୍ରୀ ଭୁସେ କହିଛନ୍ତି, ଯେତେବେଳେ ଆପଣ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗାଡ଼ି ଚଢ଼ୁଛନ୍ତି, ତେବେ ଆପଣ ଖୁଚୁରା ଦରରେ ୧୦ରୁ ୨୦ ଟଙ୍କା ବର୍ଦ୍ଧିତ ଦାମ୍‌ରେ ପିଆଜ ମଧ୍ୟ କିଣିପାରିବେ। ଯେଉଁ ଲୋକେ ପିଆଜ କିଣିପାରୁ ନାହାନ୍ତି, ସେମାନେ ଯଦି ୨/୪ ମାସ ପିଆଜ ଖାଇବେ ନାହିଁ, ତା’ ହେଲେ କିଛି ବିଗିଡ଼ିଯିବ ନାହିଁ।

ପିଆଜ ମୂଲ୍ୟ ବୃଦ୍ଧି ହେବାର ସଙ୍କେତ ମଧ୍ୟରେ ଘରୋଇ ଉପଲବ୍ଧତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅଗଷ୍ଟ ୧୯ରେ ପିଆଜର ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଏହି ରପ୍ତାନି ଶୁଳ୍କ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ। ଏହି ନିଷ୍ପତ୍ତିକୁ ନେଇ ମହାରାଷ୍ଟ୍ରର କୃଷକ ଏବଂ ବ୍ୟବସାୟୀ କ୍ରୋଧିତ ଅଛନ୍ତି।


Post Views: 8

ad-week
Leave A Reply

Your email address will not be published.