ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପିଏମ୍ ମୋଦି

Independence

ନୂଆଦିଲ୍ଲୀ:ନେପାଳରେ ବନ୍ୟା ଯୋଗୁଁ ହୋଇଥିବା ପ୍ରବଳ କ୍ଷୟକ୍ଷତି ଓ ଜୀବନହାନିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ସେ ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି।

ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋଦି ଗଭୀର ସମବେଦନା ଜଣାଇଛନ୍ତି। ଏହି କଷ୍ଟକର ସମୟରେ ଭାରତର ଲୋକମାନେ ନେପାଳର ଭାଇ ଓ ଭଉଣୀମାନଙ୍କ ସହ ଏକତାରେ ଠିଆ ହୋଇଛନ୍ତି ବୋଲି ସେ କହିଛନ୍ତି।ଅନ୍ୟପକ୍ଷରେ, ନେପାଳର ବନ୍ୟା ପରିସ୍ଥିତିକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ବନ୍ୟା ପ୍ରଭାବିତ ସମସ୍ତଙ୍କ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଛନ୍ତି।

ନେପାଳରେ ପ୍ରବଳ ବର୍ଷା ଓ ବନ୍ୟା ପରେ ଏହାର ପ୍ରଭାବ ଉତ୍ତରପ୍ରଦେଶରେ ମଧ୍ୟ ପଡ଼ିବା ଆଶଙ୍କା ଦେଖାଦେଇଛି। ଗଣ୍ଡକ ଓ ନାରାୟଣୀ ନଦୀରେ ଜଳସ୍ତର ବଢ଼ିବା ଫଳରେ ମହାରାଜଗଞ୍ଜ ଓ କୁଶିନଗର ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.