ଓଡ଼ଗାଁ ଏନଏସିକୁ ସର୍ବଶ୍ରେଷ୍ଠ ଘୋଷଣା: ପୁରସ୍କାର ବାବଦରେ ମିଳିବ ୨ କୋଟି…

Independence


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସ୍ଥାନୀୟ ରାଜସ୍ୱ ଆୟ ଅଭିବୃଦ୍ଧିରେ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଏବଂ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବାରୁ ଓଡ଼ିଶାର ସର୍ବଶ୍ରେଷ୍ଠ ଏନଏସି ଭାବରେ ଓଡ଼ଗାଁ ଏନଏସିକୁ ୨କୋଟି ଟଙ୍କାର ଅର୍ଥ ପୁରସ୍କାର ମିଳିବ ବୋଲି ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଘୋଷଣା କରିଛନ୍ତି ।ଚଳିତ ଅଗଷ୍ଟ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ପାଳନ ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ , ଭୁବନେଶ୍ୱର କୃଷି ଶିକ୍ଷା ସଦନ ଅଡିଟୋରିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଓଡ଼ଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ପୁରସ୍କାର ରାଶି ଗ୍ରହଣ କରିବାପାଇଁ ନିମନ୍ତ୍ରଣ ମିଳିଛି । ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ଗୁଡିକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ବଣ୍ଟନ କରାଯାଉଥିବା ବେଳେ ଓଡ଼ଗାଁ ଏନଏସି ସମଗ୍ର ଓଡ଼ିଶାରେ ସର୍ବୋତ୍ତମ ସ୍ଥାନ ହାସଲ କରିଥିବାରୁ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଏହାର ଶ୍ରେୟ ସମସ୍ତ ସହରବାସୀ ମାନଙ୍କୁ ଦେଇଛନ୍ତି ।ପୂର୍ବପରି ସହରବାସୀ ମାନଙ୍କ ସହଯୋଗ ଅତୁଟ ରହିଲେ ଅନେକ ସୁବିଧା ସୁଯୋଗ ଦେବାରେ ଏନଏସି ସମର୍ଥ ହୋଇପାରିବ ।

ad-week
Leave A Reply

Your email address will not be published.