
ଭୁବନେଶ୍ୱର: ବନ୍ଧା ହେଲା ରସିକିଆ ପୂଜାରୀ । ଜେଜେ ବୟସ ପୁଜାରୀ ର ଜଘନ୍ୟ କାଣ୍ଡ । ସାତ ବର୍ଷର ଦୁଇ ନାବାଳିକାଙ୍କ ସହ ଦୁଷ୍କର୍ମ । ଧରାପକାଇଦେଲା ଦୁଷ୍କର୍ମ ସମୟ ଭିଡ଼ିଓ । ଦୁଷ୍କର୍ମ ପିଡିତା କରିଥିଲେ ଚତୁରତାର ସହ ଭିଡିଓ ରେକର୍ଡ । ଦୁଇ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ପୁଜା କରିବା ବାହାନାରେ ପୁଜାରିର କୁକର୍ମ । ଧରାପଡ଼ିବା ପରେ ଲିଙ୍ଗରାଜ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ।
ଦୁଷ୍କର୍ମ ମାମଲାରେ ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ । ଅଭିଯୁକ୍ତ ନାଁରେ ଲାଗିଛି ପୋକ୍ସୋ ଭରି ସଙ୍ଗୀନ ମାମଲା । ଲିଙ୍ଗରାଜ ଥାନା କେସ ନମ୍ବର ୩୬୨/୩୬୩ରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ । ଏନେଇ ଥାନାରେ ନାବାଳିକାଙ୍କ ପାରିବାର ପକ୍ଷରୁ ଅଭିଯୋଗ ପରେ ପକସୋ ସହ ସଙ୍ଗୀନ ମାମଲା ଲାଗିଛି । ମେଡିକାଲ ଯାଞ୍ଚ ପରେ ଅଭିଯୁକ୍ତକୁ ଗିରଫ କଲା ଲିଙ୍ଗରାଜ ଥାନା । ଅନ୍ୟପଟେ ପୀଡିତାଙ୍କ ବୟାନ ରେକର୍ଡ କରିଛି ପୁଲିସ ।
