ୟୁକ୍ରେନ୍‌ ଅଞ୍ଚଳରେ ପଶି ରୁଷ୍‌ ନଷ୍ଟ କଲା ଆମେରିକାର ମିଲିଟାରୀ ବୋଟ୍‌…

add-all

boat

ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷୀୟ ଏୟାରଫୋର୍ସ ସ୍ନେକ୍‌ ଆଇଲାଣ୍ଡରେ ଆମେରିକାର ଏକ ମିଲିଟାରୀ ବୋଟ୍‌କୁ ନଷ୍ଟ କରିଦେଇଛି। ହାଇ ସ୍ପିଡ୍‌ର ଏହି ମିଲିଟାରୀ ବୋଟ୍‌ରେ ୟୁକ୍ରେନ୍‌ର ସୈନିକମାନେ ଥିଲେ। ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଘୋଷଣା କରିଛି। ଭାରତୀୟ ସମୟ ଅନୁସାରେ, ଏହି ଘଟଣା ଦ୍ୱିପ୍ରହର ୧ଟା ୩୦ରେ ଘଟିଛି।

ବ୍ଲାକ୍‌ ସିରେ ସ୍ନେକ୍‌ ଆଇଲାଣ୍ଡ ହେଉଛି ୟୁକ୍ରେନ୍‌ର ଅଞ୍ଚଳ। ଏହା ପୂର୍ବରୁ ବ୍ଲାକ୍‌ ସି ଫ୍ଲିଟ୍‌ର Su-30 ବିମାନ (ରୁଷୀୟ ବିମାନ) ୟୁକ୍ରେନ ବୋଟ୍‌କୁ ଟାର୍ଗେଟ୍‌ କରିଥିଲା। କିଛି ଦିନ ତଳେ ୟୁକ୍ରେନ୍‌ର ସାମୁଦ୍ରିକ ଡ୍ରୋନ୍‌ ଦ୍ୱାରା Novorossiyskରେ ଆକ୍ରମଣ କରାଯାଇଥିଲା। ରୁଷୀୟ ନାଭାଲ୍‌ ଶିପ୍‌ Olenegorsky Gornyak ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା।

ବିଗତ ୨ ମାସ ହେବ ବ୍ଲାକ୍‌ ସିରେ ୟୁକ୍ରେନ୍‌ ନାଭାଲ୍‌ ଏବଂ ଡ୍ରୋନ୍‌ ଆକ୍ରମଣ ତିନି ଗୁଣା ବୃଦ୍ଧି କରିଛି। ସେପଟେ ମସ୍କୋର ନର୍ଥ େଓ୍ଵଷ୍ଟ୍‍ ସୀମା ସଂଲଗ୍ନ କ୍ରାସ୍‌ନୋଗୋରସ୍କରେ ଭୀଷଣ ଧ୍ୱଂସାବଶେଷ ଘଟିଛି।

କ୍ରାସ୍‌ନୋଗୋରସ୍କରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ ଦ୍ୱାରା ଆବାସୀୟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ୍‌ ଡ୍ରୋନ୍‌ ସହ ଧକ୍କା ଯୋଗୁ ଆପାର୍ଟମେଣ୍ଟ ଝରକାଗୁଡ଼ିକର କାଚ ଭାଙ୍ଗିଯାଇଛି। ବିଲ୍ଡିଂ ପାଖରେ ଥିବା ଶହ ଶହ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଡ୍ରୋନ୍‌ ଦ୍ୱାରା ହୋଇଥିବା ବିସ୍ଫୋରଣ ପରେ କ୍ରାସ୍‌ନୋଗୋରସ୍କରେ ଆତଙ୍କର ମାହୋଲ ରହିଛି।


Post Views: 7

ad-week
Leave A Reply

Your email address will not be published.