ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନୀ ଭଉଣୀ

add-all

rak

ନୂଆଦିଲ୍ଲୀ : ଏଥର ରାକ୍ଷୀ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବେ ତାଙ୍କ ପାକିସ୍ତାନୀ ଭଉଣୀ। ପ୍ରଧାନମନ୍ତ୍ରୀଙ୍କ ଏହି ରାକ୍ଷୀ ଭଉଣୀଙ୍କ ନାମ କମର୍‌ ମୋହସିନ୍‌ ଶେଖ। ମୋହସିନ୍‌ କହିଛନ୍ତି, ସେ ନିଜ ଭାଇଙ୍କ ପାଇଁ ନିଜେ ରାକ୍ଷୀ ତିଆରି କରିଛନ୍ତି। କରୋନା ଯୋଗୁ ଗତ କିଛି ବର୍ଷ ହେବ ସେ ରାକ୍ଷୀ ବାନ୍ଧିପାରି ନ ଥିଲେ, କିନ୍ତୁ ଏଥର ସେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଦିଲ୍ଲୀ ଆସିବେ।

ମୋହସିନ୍‌ କହିଛନ୍ତି, ରକ୍ଷା ବନ୍ଧନ ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ସ୍ୱରୂପ କୃଷିଭିତ୍ତିକ ଏକ ପୁସ୍ତକ ଭେଟିଦେବେ। କାରଣ, ପୁସ୍ତକ ପଢ଼ିବାକୁ ମୋଦି ବହୁତ ପସନ୍ଦ କରନ୍ତି।

ଗଣମାଧ୍ୟମ ସହ ବାର୍ତ୍ତାଳାପରେ ପାକିସ୍ତାନୀ ଭଉଣୀ ମୋହସିନ୍‌ କେତେକ ପୁରୁଣା କଥା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଗତ ୩୦ ବର୍ଷ ଧରି ସେ ପିଏମ୍‌ ମୋଦିଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି। ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ମଧ୍ୟ ସେ ତାଙ୍କୁ ରାକ୍ଷୀ ବାନ୍ଧୁଥିଲେ।

କହି ରଖୁଛୁ, କମର୍‌ ମୋହସିନ ଶେଖ୍‌ ପାକିସ୍ତାନର ମୂଳ ବାସିନ୍ଦା। କିନ୍ତୁ ବିବାହ ପରେ ସେ ଭାରତ ଚାଲିଆସିଥିଲେ। ସେ କହିଛନ୍ତି କି, ମୁଁ ପିଏମ୍‌ ମୋଦିଙ୍କୁ ରକ୍ଷା ବନ୍ଧନର ଶୁଭକାମନା ଜଣାଉଛି। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଆୟୁଷ ପାଇଁ ପ୍ରାର୍ଥନା କରୁଛି।

Post Views: 7

ad-week
Leave A Reply

Your email address will not be published.