ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହେଲେ ଅଧ୍ୟାପିକା

add-all

adhy

ଉଦଳା: ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇ ସମାଜରେ ପ୍ରତିଷ୍ଠିତ କରାଇବା ହେଉଛି ଶିକ୍ଷକଙ୍କ ଦାୟିତ୍ବ । ସେମାନଙ୍କୁ ଉଚିତ ବାଟ ଦେଖାଇବା ହେଉଛି ସେମାନଙ୍କ କର୍ତ୍ତବ୍ୟ। ହେଲେ ଶିକ୍ଷକ ଯଦି ପିଲାଙ୍କୁ ଅବାଟରେ ନିଅନ୍ତି ତେବେ ଏ ସମାଜର ଗତି କୁଆଡ଼େ ହେବ । ଜଣେ ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ। ପରୀକ୍ଷାରେ ଛାତ୍ରୀଙ୍କ ସ୍ଥାନରେ ନିଜେ ଦେଉଥିଲେ ପରୀକ୍ଷା। ହେଲେ ଧରାପଡିଗଲା ଅଧ୍ୟାପିକାଙ୍କ କାରସାଦି। ଆଉ ଏବେ ଗିରଫ ହୋଇ ଜେଲ୍‌ ଗଲେ 420 ଅଧ୍ୟାପିକା।

ଅଧ୍ୟାପିକା ଜଣଙ୍କ ହେଲେ ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡ଼ିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ। ହେଲେ ସେ ନିଜେ ଜଣେ ଛାତ୍ରୀ ସାଜି ପରୀକ୍ଷା ଦେବାକୁ ଆସି ନଥିବା ଜଣେ ଛାତ୍ରୀଙ୍କ ଖାତାରେ ଲେଖିବା ସହିତ ମିଥ୍ୟା ପରୀକ୍ଷା ନିୟନ୍ତ୍ରଙ୍କ ଦସ୍ତଖତ ମାରିଛନ୍ତି। ଗତ ଜୁଲାଇ ୨୭ ତାରିଖରେ କଲେଜର ଜୁଲୋଜି ବିଭାଗରେ ଚତୁର୍ଥ ସେମିଷ୍ଟାର ଚାଲିଥିଲା। ପରୀକ୍ଷା ଦେବାକୁ ଆସିନଥିବା ଜଣେ ଛାତ୍ରୀଙ୍କ ଖାତାରେ ଅଧ୍ୟାପିକା ନିଜେ ଉତ୍ତର ଲେଖିଥିବା ଅଭିଯୋଗ ହୋଇଛି। ସେହି ଖାତାରେ ପରୀକ୍ଷା ନିୟନ୍ତ୍ରକ ଭାବେ ମିଛ ଦସ୍ତଖତ ମଧ୍ୟ ମାରିଛନ୍ତି। ଏନେଇ କଲେଜ ପ୍ରିନସିପାଲ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୋଲିସ ଅଧ୍ୟାପିକା ତୁଳିକା ଆଶଙ୍କ ଗିରଫ କରିଛି।


Post Views: 6

ad-week
Leave A Reply

Your email address will not be published.