ଆଣ୍ଟିଲିଆ ସମ୍ମୁଖରେ ବୋମା ରଖିବା ଘଟଣା; ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଜାମିନ

add-all

gsdfs

ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସମ୍ମୁଖରେ କାର୍‌ରେ ବୋମା ରଖିଥିବା ଘଟଣାରେ ଗିରଫ ହୋଇ ଜେଲ୍‌ରେ ଥିବା ପୂର୍ବତନ ମୁମ୍ବାଇ ପୁଲିସ୍‌ ଅଫିସର ପ୍ରଦୀପ ଶର୍ମାଙ୍କୁ ମିଳିଛି ଆଶ୍ୱସ୍ତି ।  ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ୨ ବର୍ଷରୁ ଅଧିକ ସମୟ ଜେଲ୍‌ରେ ରହିବା ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ କୋର୍ଟ ।

ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସମ୍ମୁଖରେ ଏକ କାର୍‌ରେ ବୋମା ରଖିଥିବା ଅଭିଯୋଗରେ ୨୦୨୧ ମସିହା ଜୁନ୍‌ରେ ପ୍ରଦୀପ ଶର୍ମାଙ୍କୁ ଗିରଫ କରାଯାଇଥିଲା। ଏଥିସହ ବିଜନେସମ୍ୟାନ ମନସୁଖ ହିରନଙ୍କୁ ହତ୍ୟା ଘଟଣାରେ ବି ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶା ଯାଇଥିଲା।

ମାତ୍ର ପ୍ରଦୀପ ଶର୍ମା କୋର୍ଟ ଶୁଣାଣି ବେଳେ ସବୁବେଳେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଏହି ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନ ଥିବା କହି ଆସୁଥିଲେ। ଏପରିକି ପୁଲିସ୍ ଡିପାର୍ଟମେଣ୍ଟର ଶତ୍ରୁତା ହେତୁ ସେ ବଳି ପଡ଼ି ଯାଇଥିବା କହିଥିଲେ।

ପ୍ରଦୀପ ଶର୍ମା ପୂର୍ବତନ ମୁମ୍ବାଇ ପୁଲିସ୍‌ କମିଶନର ସଚିନ ବାଜେଙ୍କର ଖାସ୍‌ ଥିବା ବେଳେ ସେ ବି ଏହି ମାମଲାରେ ଗିରଫ ହୋଇଥିଲେ।  ୧୯୮୩ ମସିହାରେ ମୁମ୍ବାଇ ପୁଲିସ୍‌ରେ ଯୋଗ ଦେଇଥିବା ପ୍ରଦୀପ ଶର୍ମା ୩ଶହରୁ ଅଧିକ ଏନକାଉଣ୍ଟରରେ ସାମିଲ ଥିବା ବେଳେ ୧୧୩ ସୁଟ୍‌ଆଉଟ୍‌ ସେ ନିଜେ କରିଥିବା ଜଣାଯାଇଛି।

ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ଜୁନ୍‌ ୫ ତାରିଖରେ ପ୍ରଦୀପ ଶର୍ମାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା। ଏହାପରେ ଅଜି ସୁପ୍ରିମକୋର୍ଟର ଜଣିକିଆ ଖଣ୍ଡପୀଠ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।


Post Views: 6

ad-week
Leave A Reply

Your email address will not be published.