ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା, ଏକାଦଶ-ଦ୍ୱାଦଶ ଛାତ୍ରଛାତ୍ରୀ ପଢ଼ିବେ ଦୁଇଟି ଭାଷା

add-all

stu

ଫେରିଲା ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ନିୟମ। ଏଣିକି ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀକ୍ଷା। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏପରି ନିୟମ ଆସିବା ଫଳରେ ପିଲାମାନଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ସୁଯୋଗ ମିଳିବ ବୋଲି ମନ୍ତ୍ରଣାଳୟ କହିଛି।

ସେହିପରି ଆଉ ଏକ ନୂଆ ନିୟମ ମଧ୍ୟ ଆସିଛି। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଏଣିକି ଦୁଇଟା ଭାଷା ପଢ଼ିବେ। ସମସ୍ତ ବିଭାଗ କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ମିଳିବ। ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ନୂତନ ପାଠ୍ୟକ୍ରମ ଢାଞ୍ଚାରେ ଏହା କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଦୁଇଟି ଭାଷାରେ ଅଧ୍ୟୟନ କରିବା ଆବଶ୍ୟକ ଏବଂ ଏଥିରୁ ଗୋଟିଏ ନିଶ୍ଚିତ ରୂପେ ଭାରତୀୟ ଭାଷା ହୋଇଥିବା ଉଚିତ୍।

ସେହିପରି ମନ୍ତ୍ରଣାଳୟ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛି। ନୂଆ ନିୟମ କ୍ରମେ ଏଣିକି ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀରେ ଦୁଇଟି ବୋର୍ଡ ପରୀକ୍ଷା ଦେବା। ଏହା ଫଳରେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଏବଂ ସୁଯୋଗ ପାଇବେ ବୋଲି ମନ୍ତ୍ରଣାଳୟ କହିଛି।


Post Views: 7

ad-week
Leave A Reply

Your email address will not be published.