ମଦ ପିଇ ନିଶାରେ ଚୁର୍ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍‌, ଟ୍ରେନ ଆସିବା ପୂର୍ବରୁ ଫାଟକ ପକାଇଲେ ସ୍ଥାନୀୟ ଲୋକ

add-all

gate

ଜଳେଶ୍ୱର: ମଦ ପିଇ ନିଶାରେ ଚୁର୍ ରେଳ ଫାଟକ ଜଗୁଆଳି । ଫାଟକ ପକାଇଲେ ସ୍ଥାନୀୟ ଲୋକ। ବାଲେଶ୍ବର ଜିଲ୍ଲା ନାରଙ୍ଗାବାଜ ରେଳଫାଟକର କାର୍ଯ୍ୟରତ ଗେଟ୍ କିପର ମଦ ନିଶାରେ ଚୁର୍ ହୋଇ ପଡିଥିଲେ। ସ୍ଥାନୀୟ ଲୋକ ଆସି ଫାଟକ ପକାଇବାରୁ ଏକ ମାଲବାହୀ ଟ୍ରେନ ସୁରକ୍ଷିତ ଭାବେ ଅତିକ୍ରମ କରିଥିଲା।

ଗତକାଲି ରାତି ପ୍ରାୟ ୮ଟା ସମୟରେ ଗେଟ୍ କିପର ଜଣକ ଅତ୍ୟଧିକ ମଦ୍ୟପାନ କରିଥିଲେ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଲା ରହିଥିଲା ଫାଟକ । ଅମର୍ଦ୍ଦା ରୋଡ ସାପ୍ତାହିକ ହାଟ ଥିବାରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଫାଟକ ପାର ହୋଇ ହାଟ କରିବାକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଥିବା ଗେଟ କିପର୍ ନିଶାରେ ଚୁର ଥିଲେ । ଏହି ସମୟରେ ଅମର୍ଦ୍ଦାରୋଡରୁ ବସ୍ତା ଅଭିମୁଖେ ଏକ ଟ୍ରେନ ଖୋଲା ଥିବା ଫାଟକକୁ ଅତିକ୍ରମ କରିଥିଲା । ହାଟରୁ ଫେରୁଥିବା ଲୋକ ଆସି ଫାଟକ ପକାଇବା ପରେ ଅନ୍ୟ ଏକ ମାଲବାହୀ ଟ୍ରେନ ଅତିକ୍ରମ କରିଥିଲା। ସ୍ଥାନୀୟ ଲୋକଙ୍କ ପାଇଁ ଏକ ବଡ ଦୁର୍ଘଟଣା ଟଳିଯାଇଛି। ନିଶାଶକ୍ତ ଗେଟ୍ କିପରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ।


Post Views: 6

ad-week
Leave A Reply

Your email address will not be published.