କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ଘର କାନ୍ଥକୁ ଧକ୍କା ଦେଲା କର୍‌

add-all

car

କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍ଜୁଙ୍କ ଘରର ପାଚେରିକୁ ପିଟିଛି କାର୍। ଏହି ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ, ପାଚେରିର କିଛି ଅଂଶ ଭାଙ୍ଗିଯିବା ସହ କ୍ଷତିଗ୍ରସ୍ତ ହୋଇଛି। ଏପରି ଏକ ଘଟଣା ଗତକାଲି ରାଜଧାନୀ ଦିଲ୍ଲୀରେ ଘଟିଥିବା ବେଳେ ପୁଲିସ୍‌ ସମ୍ପୃକ୍ତ ଡ୍ରାଇଭରଙ୍କୁ ଅଟକ ରଖି ପରେ ଛାଡ଼ି ଦେଇଛି।

ଗତକାଲି କ୍ୟାବ୍‌ ଡ୍ରାଇଭର ରହିମ ଖାନ ନିଜ ପରିବାର ସହ କ୍ରୀଷ୍ଣ ମେନନ ମାର୍ଗ ରାସ୍ତା ଅତିକ୍ରମ କରୁଥିଲେ। ଉକ୍ତ ଅଞ୍ଚଳରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍ଜୁଙ୍କ ସରକାରୀ ବାସଭବନ ରହିଛି। ତାଙ୍କ ବାସଭବନ ନିକଟ ନେଇ କ୍ୟାବ୍‌ଟି  ଅତିକ୍ରମ କରୁଥିବା ବେଳେ ସମ୍ମୁଖ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌ ପିଟି ଦେଇଥିଲା। ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି କିରଣ ରିଜ୍ଜୁଙ୍କ ପାଚେରିରେ ପିଟି ହୋଇ ଯାଇଥିଲା।

ସେଠାରେ ମୁତୟନ ଥିବା ପୁଲିସ୍‌ କର୍ମଚାରୀ ତୁରନ୍ତ ଉକ୍ତ ଡ୍ରାଇଭରଙ୍କୁ ଅଟକ ରଖିଥିଲେ। ମାତ୍ର ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାଯାଇଛି। ଉକ୍ତ ଡ୍ରାଇଭରଙ୍କ ଘର ହରିୟାଣାର ନୁହୁରେ ବୋଲି ଜଣାଯାଇଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ଜଣାଯାଇଛି।


Post Views: 6

ad-week
Leave A Reply

Your email address will not be published.