୫୦ କେଜିର ଗଞ୍ଜେଇ ଜବତ ସହ ଜଣେ ଗିରଫ

add-all

ere

ଯାଜପୁର: ଦିନକୁ ଦିନ ବଢିଚାଲିଛି ଗଞ୍ଜେଇ କାରବାର। ଯାଜପୁରରୁ କୋଲକାତା ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ୫୦ କେଜିର ଗଞ୍ଜେଇ ଜବତ ସହ ଜଣେ ଗିରଫ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବା ବୋଲି କୁହାଯାଉଛି।

ସୂଚନା ଅନୁସାରେ କୁଆଖିଆ ଛକରୁ କୋଲକତା ଚୋରାଚାଲାଣ ହେଉଥିବା ବେଳେ ଏହି ପରିମାଣର ଗଞ୍ଜେଇ ଜବତ କରିଛି ଯାଜପୁର ଅବକାରୀ ବିଭାଗ। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ହୋଣ୍ଡା ସିଟି କାରରେ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏହି ଗଞ୍ଜେଇ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଟକ ରଖିଥିଲା। ଗାଡି ଯାଞ୍ଚ କରିବା ପରେ ଏଥିରୁ ୫୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଅବକାରୀ ପୋଲିସ ଏନେଇ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।


Post Views: 7

ad-week
Leave A Reply

Your email address will not be published.