ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା କଲା ଜମି ମାଲିକ…

add-all

guli

କନ୍ଧମାଳ : କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଖାରିଗୁଡ଼ା ଗାଁରେ ମକା ଫସଲ ଗୋରୁ ଖାଇଦେଲା ବୋଲି ଗାଈ ଚରାଳିଙ୍କୁ ଜମି ମାଲିକ ଗୁଳି କରି ହତ୍ୟା କରିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବ୍ରାହ୍ମଣୀ ଗାଁର ମାଦି ପଡ୍ରା। ସୂଚନା ଅନୁଯାୟୀ, ଆକାଶ ଗାଁ ନିକଟରେ ଥିବା ଜମିରେ ମକା ଚାଷ କରିଥିଲେ।

ମାଦିଙ୍କ ଗାଈ ସେଇ ମକା ଫସଲ ଖାଇଦେବାରୁ ଏଥିରେ ଆକାଶ ଉତ୍ତ୍ୟକ୍ତ ହୋଇ ମାଦିଙ୍କୁ ଗୁଳିକରି ହତ୍ୟା କରିଥିଲେ। ଜମି ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଦିଙ୍କୁ ପରିବାର ଲୋକେ ପାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମାଦିଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ଲୋକେ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ଆକାଶକୁ ଗିରଫ କରିଛି।


Post Views: 6

ad-week
Leave A Reply

Your email address will not be published.