ମୁଜାଫରପୁର ଜିଲାରେ ଫ୍ରିଜ ବିସ୍ଫୋରଣ: ଜିଅନ୍ତା ଜଳିଗଲେ ନଣନ୍ଦ-ଭାଉଜ

add-all

fri

ପାଟ୍‌ନା: ମୁଜାଫରପୁର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଫ୍ରିଜ୍‌ ବିସ୍ଫୋରଣ ହୋଇ ନଣନ୍ଦ ଏବଂ ଭାଉଜଙ୍କ ମୃତ୍ୟୁ ଘଟିଛି। ଜିଲାର ଦେଓରିଆ ଥାନା ଅନ୍ତର୍ଗତ ଡୁମରୀ ପରମାନନ୍ଦପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଫ୍ରିଜ୍‌ ବିସ୍ଫୋରଣ ହୋଇ ଘରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ଘରେ ଶୋଇଥିବା ନଣନ୍ଦ ଏବଂ ଭାଉଜ ଜଳିଯାଇଥିଲେ। ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।

ଶନିବାର ରାତିରେ ରାମା ଦାସଙ୍କ ଘରର ଏକ କୋଠରିରେ ଶଟ୍‌ସର୍କିଟ ଯୋଗୁ ଫ୍ରିଜ ବିସ୍ଫୋରଣ ହୋଇଥିଲା। ଏହା ପରେ ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ ନଣନ୍ଦ ଭାଉଜ ଜିଅନ୍ତା ଜଳିଗଲେ। ଏଥିରୁ ଦୁହେଁ ଖସିଯିବାର ସୁଯୋଗ ମଧ୍ୟ ପାଇଲେ ନାହିଁ। କୁହାଯାଉଛି, ଭାଉଜ ରୀତା ତିନିମାସ ପୂର୍ବରୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ବାହାରେ ରୁହନ୍ତି। ତେଣୁ ସେ ତାଙ୍କ ନଣନ୍ଦଙ୍କ ସହିତ ଶୋଇଥିଲେ। ବିଳମ୍ବିତି ରାତିରେ ଏହି ବିସ୍ଫୋରଣ ଘଟିଥିଲା। ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।


Post Views: 6

ad-week
Leave A Reply

Your email address will not be published.