୩ ଅଭିଯୁକ୍ତଙ୍କ ନାଁରେ ଲୁକଆଉଟ ସର୍କୁଲାର…

add-all

sdfa

ଭୁବନେଶ୍ବର: କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ବ ଠକେଇ ମାମଲା  । ୩ ଜଣଙ୍କ ନାଁରେ ଲୁକ ଆଉଟ ସର୍କୁଲାର୍ ଜାରି କରିଛି ଇଓଡବ୍ଲୁ  । ଅଭିଯୁକ୍ତ ମାନେ ହେଲେ ରାଜସ୍ଥାନ ହନୁମାନଗଡର କ୍ରିଷ୍ଣା କୁମାର, ଗଙ୍ଗାନଗରର ଅନିଲ କୁମାର ଏବଂ ନଗ୍ବାରର ଭୋରା ରାମ  । ଏମାନେ ସମେସ୍ତ ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଗୁରୁତେଜ  ସିଂ ସିଦ୍ଧୁର ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି । ଦେଶରୁ ପ୍ରାୟ ହଜାରେ କୋଟି ଟଙ୍କା ଠକେଇ କରିଥିବା ଏହି ରାକେଟର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁକୁ ଅର୍ଥାତ ସୋମବାର ଦିନ ଇଓଡବ୍ଲୁ ଟିମ୍ ରାଜସ୍ଥାନର ଗଙ୍ଗାନଗରରୁ ଗିରଫ କରିଥିବାବେଳେ ପୂର୍ବରୁ ସଂସ୍ଥାର ଓଡ଼ିଶା ମୁଖ୍ୟ ଭଦ୍ରକର ନିରୋଦ ଦାସକୁ ଗିରଫ କରାଯାଇଥିଲା। ସୋସିଆଲ ମିଡିଆ ମୁଖ୍ୟ ରତ୍ନାକର ପଲେଇକୁ ବି ଗିରଫ କରାଯାଇଥିଲା। ଗୁରୁତେଜ ବାରମ୍ବାର ନିଜର ଲୋକେସନ ପରିବର୍ତ୍ତନ କରୁଥିଲା ।

ଗୋଆ, ଲୁନାବଲା, ମୁମ୍ବାଇ , ଦିଲ୍ଲୀ , ହନୁମାନଗଡ ଏବଂ ଶ୍ରୀଗଙ୍ଗନଗର ଭଳି  ସ୍ଥାନରେ ସେ ବାରମ୍ବାର ଲୋକେସନ ପରିବର୍ତ୍ତନ କରୁଥିଲା । ମୁଖ୍ୟତଃ ପଞ୍ଜାବ, ରାଜସ୍ଥାନ, ବିହାର, ଝାଡଖଣ୍ଡ , ହରିୟାଣା , ଦିଲ୍ଲୀ , ମଧ୍ୟପ୍ରଦେଶ , ମହାରାଷ୍ଟ୍ର , ଓଡିଶା ଏବଂ ଆସାମର ବହୁ ଲାକ ଏହି ସ୍କାମର ଶିକାର ହୋଇଛନ୍ତି । ଓଡିଶାର ଭଦ୍ରକ, ବାଲେଶ୍ବର , ଭୁବନେଶ୍ବର , ମୟୁରଭଞ୍ଜ, ଯାଜପୁର , କେନ୍ଦ୍ରାପଡା ଏବଂ କେନ୍ଦୁଝର ଜିଲ୍ଲାରେ ଏହି ସ୍କାମ୍ ବହୁଳ ଭାବରେ ଚାଲିଥିଲା । ଏସଟିଏ ଟୋକେନ୍ ସଂସ୍ଥା କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ଲୋକଙ୍କୁ ଠକୁଥିଲା ବୋଲି ଜଣାପଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Post Views: 7

ad-week
Leave A Reply

Your email address will not be published.