ବ୍ରହ୍ମପୁର: ୨୯-୮ ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ସରକାର ଙ୍କ ବିଭିନ୍ନ ଉନୟନ୍ନ କାର୍ଯ୍ୟ ରେ ପିସି କାରବାର ଚରମ ସୀମାରେ ପହଞ୍ଚିଛି। ଏହାକୁ ମାଧ୍ୟମ କରି ଧରାକୋଟ ଅଞ୍ଚଳର କେତେକ ସୂଚନା କର୍ମୀ ଙ୍କୁ କେତେକ ଗୋଦି ମିଡ଼ିଆ ବନ୍ଧୁ ହାତ ବାରିସି କରି ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ମାଗି ଧମକ ଦେଉଥିବା ଖବର ଚର୍ଚ୍ଚାକୁ ଆସିଛି।ଧରାକୋଟ ବ୍ଲକ ର କେତେକ ପଞ୍ଚାୟତ ରେ ଏମ ନରେଗା କାର୍ଯ୍ୟ ଓ ଅନ୍ୟ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ଚାଲିଥିବା ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁଯାଇ ତଥ୍ୟ ମାଗି ଗୋଦି ମିଡ଼ିଆ ର ବନ୍ଧୁ ମାନେ ଟିଭି ଓ ଗଣମାଧ୍ୟମ ରେ ପ୍ରକାଶ କରିବାର ଭୟ ଏବଂ ଧମକ ଦେଇ ଅର୍ଥ ଦାବୀ କରୁଥିବା ଘଟଣା ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ସୂଚନ ଅଧିକାର ଆଇନ ମଧ୍ୟମରେ ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଗଣମାଧ୍ୟମ ରେ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଜଣେ ସାମ୍ବାଦିକ ର ଧର୍ମ। କିନ୍ତୁ କେତେକ ଆଜି କାଲି ର ଗୋଦି ମିଡ଼ିଆ ସୂଚନା ତଥ୍ୟ ମାଗୁଥିବା କର୍ମୀ ମାନଙ୍କୁ ଢାଲ କରି ସୂଚନା ଅଧିକାର ଆଇନ ର ତଥ୍ୟ ଆଣି ଖବର ପ୍ରକାଶ କରିବା ର ଭୟ ଦେଖାଇ ଆଣି ମୋଟା ଅଙ୍କ ଦାବି କରିବା ଘଟଣା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଧରାକୋଟ ଅଞ୍ଚଳର କେତେକ ଗୋଦି ମିଡ଼ିଆ ଙ୍କ ଡ଼ିଲ ନହେବା ଯୋଗୁଁ କୁଆଡେ ବ୍ଲକ କାର୍ଯ୍ୟଳୟ ଘେରାଉ କରିବାକୁ ଯୋଜନା କରୁଥିବା ଘଟଣା ଚାରିଆଡେ ଚର୍ଚ୍ଚା ହେଉଛି। ଏହିଭଳି ଗୋଦି ମିଡ଼ିଆ ମାନଙ୍କ ଯୋଗୁଁ ସାମ୍ବାଦିକ ମାନେ ବଦନାମ ହେଉଛନ୍ତି। ସୂଚନା ଅଧିକାର ଆଇନ ରେ ମାଗୁଥିବା ତଥ୍ୟ ଦେବାକୁ ଅଧିକାରୀ ମାନେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ଅନେକ ଅଭିଯୋଗ ଆସିଲେ ଜିଲ୍ଲାରେ ସାମ୍ବାଦିକ ଚି଼ହ୍ନଟ ହୋଇପାରୁନି, ଯାହାର ଫାଇଦା ଉଠଉଛନ୍ତି ନକଲି ସାମ୍ବାଦିକ l ସରକାର ବିଭିନ୍ନ ନିୟମ ପ୍ରଣୟନ କରିବା ସତ୍ୱେ ମଧ୍ୟ ଜିଲ୍ଲା ପ୍ରଶାସନ ର ଅପାରଗତା ଯୋଗୁଁ ନକଲି ସାମ୍ବାଦିକ ପାଖରେ ଅସଲି ବନ୍ଧା ପଡୁଛନ୍ତି ଏବଂ ଅଫିସର ମାନେ ବି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଗତ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ଏକ ଚିଠା କରିଥିଲେ ସାମ୍ବାଦିକ ଗଣନା ସହିତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଅଧିକାରୀଙ୍କୁ ବିନା ID କାର୍ଡ (ପରିଚୟ ପତ୍ର ) ରେ କୌଣସି ସାମ୍ବାଦିକ କୁ ଅଫିସ ରେ ପୁରାଇ ନଦେବା ପାଇଁ ଏବଂ ସେହି ପରିଚୟ ପତ୍ର ଅସଲି କି ନକଲି ଯାଞ୍ଚ କରିବାକୁ କିନ୍ତୁ ଆଜି ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ଯାହାକି ଅତି ଦୁର୍ଭାଗ୍ୟର ବିଷୟ l ଜିଲ୍ଲାପାଳଙ୍କ ଆଦେଶ ମଧ୍ୟ ନାଲି ଫିତା ତଳେ ଦବାଇ ଦିଆ ଗଲା l ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ଓ ବୁଦ୍ଧି ଜୀବିଙ୍କ ଦାବୀ ହେଉଛି l
