ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନ ଖାରଜ

add-all

ଭୁବନେଶ୍ୱର:  କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ବଢିଲା ଅଡୁଆ । ସୌରିନଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ଅବଧି ଶେଷହେବା ପରେ ସେ ହାଇକୋର୍ଟରେ ପୁଣି ଜାମିନ୍ ଆବେଦନ କରିଥିଲେ । ହେଲେ ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ପୋଲିସ କୋର୍ଟରେ ଦାଖଲ କରିଥିବା କେସ ଡାଏରୀକୁ ନଜରରେ ରଖି ଏବେ ଜାମିନ ଖାରଜ କରି ଦେଇଛନ୍ତି କୋର୍ଟ । ସୌରୀନଙ୍କ ଆବେଦନର ବିଚାର କରି କୋର୍ଟ ସୌରୀନଙ୍କୁ ଅଳ୍ପ କିଛି ଦିନ ପାଇଁ ଅନ୍ତରୀଣ ସୁରକ୍ଷା ଦେଇଥିଲେ ।  ଅନ୍ତରୀଣ ସୁରକ୍ଷା ଅବଧି ବେଳେ ସୌରୀନ୍ ପୋଲିସ ନିକଟରେ ହାଜର ହୋଇଥିଲେ ।

ସୂଚନା ଥାଉ କି, ଜଣେ ଯୁବତୀ ସୌରୀନଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ।  ମହିଳା ଜଣକ ତାଙ୍କ ଉପରେ ଶାରୀରିକ ଓ ମାନସିକ ଶୋଷଣର ଅଭିଯୋଗ ଆଣିଥିଲେ । ଏପରିକି  ବିବାହର ପ୍ରତିଶ୍ରୁତି ଦେଇ ପ୍ରତ୍ୟାଖ୍ୟାନ କରିଥିବା ଅଭିଯୋଗ ଆଣିବା ପରେ ଭଟ୍ଟ ଏବେ ଅଡୁଆରେ ପଡିଛନ୍ତି।

ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଅଭିଯୋଗକାରୀ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ପରେ ଏହି ମାମଲାକୁ ମହିଳା ଥାନାକୁ ପଠାଯାଇଥିଲା। ଏ ନେଇ ଧାରା ୩୭୬, ୪୯୩, ୩୪୧, ୨୯୪, ୪୧୭ ଏବଂ ୫୦୬ ଦଫା ଲାଗିଛି। ପୁଲିସ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ କରିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ମହିଳା ଜଣକ ପାଖାପାଖି ତିନି ବର୍ଷ ତଳେ  ପ୍ଲେବ୍ୟାକ୍ ସିଙ୍ଗର ସୌରୀନ ଭଟ୍ଟଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ସେମାନଙ୍କ ପରିବାର ଏହି ସମ୍ପର୍କ ବିଷୟରେ ଅବଗତ ଥିଲେ। ଏପରିକି ଭଟ୍ଟ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ଜଣେ ଗାୟିକା ଭାବେ ବ୍ରେକ୍ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଭିଯୋଗ ରହିଛି। ତେବେ ଏନେଇ ଗଣମାଧ୍ୟମ ଆଗରେ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି ଅଭିଯୋଗକାରୀ।

ad-week
Leave A Reply

Your email address will not be published.