ବିହାରରେ କାଣ୍ଟଛାଣ୍ଟ ହେଲା ସ୍କୁଲ ଛୁଟି, କେନ୍ଦ୍ର- ରାଜ୍ୟ ମୁହାଁମୁହିଁ

add-all

ବିହାରରେ ସ୍କୁଲ ଛୁଟି ସଂଖ୍ୟା କମ କଲେ ରାଜ୍ୟ ସରକାର । ଆସନ୍ତା ୩ ମାସରେ ପଡ଼ିବାକୁ ଥିବା ୨୩ ଛୁଟିକୁ ହ୍ରାସ କରି ୧୧ କରି ଦିଆଯାଇଛି। ହେଲେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବିହାର ଶିକ୍ଷା ବିଭାଗ ପକ୍ଷରୁ ଜାରି ନୋଟିସ୍‌ ଅନୁଯାୟୀ, ଚଳିତ ବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ବିଭିନ୍ନ ପର୍ବପର୍ବାଣୀ ପାଇଁ ଥିବା ସ୍କୁଲ ଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି। ଫଳରେ ଏହାକୁ ୨୩ରୁ କମାଇ ୧୧ରେ ସୀମିତ ରଖାଯାଇଛି।

ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ବିହାରର ସ୍କୁଲଗୁଡ଼ିକର ଛୁଟି ବାତିଲ କରାଯାଇଛି। ଫଳରେ ପିଲାମାନେ ସ୍କୁଲମୁହାଁ ହୋଇଥିବା ଜଣାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଛଟ ପୂଜା ବିହାରର ଏକ ଗଣ ପର୍ବ। ଏଥିନିମନ୍ତେ ସ୍କୁଲକୁ ୧୩ ନଭେମ୍ବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ପୂର୍ବରୁ ଛୁଟି ଘୋଷଣା କରାଯାଇଥିଲା। ମାତ୍ର ନୂତନ ଆଦେଶ ଅନୁଯାୟୀ, ଏହି ୯ ଦିନର ଛୁଟିକୁ କମାଇ ୪ ଦିନ କରାଯାଇଛି।

ବିହାରର ସରକାରୀ ସ୍କୁଲରେ ଆସନ୍ତା ୧୨ ନଭେମ୍ବରରେ ଦିପାବଳୀ ଛୁଟି, ୧୫ରେ ଚିତ୍ରଗୁପ୍ତ ପୂଜା ଛୁଟି ଓ ୧୯ ଓ ୨୦ ତାରିଖ ଛଟ ପୂଜା ଛୁଟି ପାଇଁ ଘୋଷଣା କରାଯାଇଛି।

ଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ନିର୍ବାଚନ, ଆଇନ ବ୍ୟବସ୍ଥା, ପ୍ରାକୃତିକ ବିପର୍ଯ୍ୟୟ ଆଦି କାରଣରୁ ପାଠ ପଢ଼ା ବ୍ୟାହତ ହେଉଛି। ତେଣୁ ଚଳିତ ବର୍ଷର ଅବଶିଷ୍ଟ ଦିନରେ ପାଠପଢ଼ା ଯେପରି ବ୍ୟାହତ ନ ହେବ ସେଥିନିମନ୍ତେ ସ୍କୁଲ ଛୁଟିକୁ କମାଇ ଦିଆଯାଇଛି।

ବିହାର ସରକାରଙ୍କ ଏପରି ନିର୍ଦ୍ଦେଶନାମା ପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ । ଗିରିରାଜ ସିଂ ନୀତୀଶ କୁମାରଙ୍କ ସରକାର ଉପରେ ଟାର୍ଗେଟ କରି କହିଛନ୍ତି, ରାଜ୍ୟରେ ଦୁର୍ଗା ପୂଜା, ଛଟ ପୂଜା ଓ ଦିପାବଳୀ ଛୁଟିକୁ ବାତିଲ କରି ଦିଆଯାଇଛି। ଆଗାମୀ ଦିନରେ ହୁଏତ ବିହାରରେ ଶିରିଆ ଶାସନ ଲାଗୁ ହୋଇପାରେ। ଯାହାଦ୍ୱାରା ହିନ୍ଦୁ ପର୍ବ ପାଳନ ଉପରେ ରୋକ ଲଗାଯାଇପାରେ।

ମାତ୍ର ଆରଜେଡି ପ୍ରବକ୍ତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, ନିର୍ବାନ ପାଇଁ ସ୍କୁଲକୁ ପୂର୍ବରୁ ବନ୍ଦ କରାଯାଇଥିଲା। ତେଣୁ ଛାତ୍ରଙ୍କ ପାଠପଢ଼ା ଯେପରି ବ୍ୟାହତ ନହୁଏ ସେଥିପାଇଁ ଛୁଟିକୁ କମ୍‌ କରି ଦିଆଯାଇଛି।

ad-week
Leave A Reply

Your email address will not be published.