ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ଯ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

add-all

ସୁନ୍ଦରଗଡ଼:- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ର ମିଳିତ ସହଯୋଗ ରେ ଲୋକକଳା ମାଧ୍ୟମରେ ରେ ବିଭିନ୍ନ ଉନ୍ନୟମୂଳକ ସରକାରୀ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାସ୍ତରୀୟ ଦୁଇ ଦିବସୀୟ ସଂସାଧନ ସଭ୍ଯଙ୍କ ପ୍ରଶିକ୍ଷଣ ଶିବିର ଆଜି ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ପ୍ରଦୀପ ପ୍ରଜ୍ବଳିତ କରି ଏହି ପ୍ରଶିକ୍ଷଣ ଶିବିର ର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ ,ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଭିଜିତ ମହନ୍ତ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ,ସୁନ୍ଦରଗଡ଼ ଏବଂ ରାଉଲକେଲା ନନ୍ଦିନୀ ମୁଣ୍ଡାରୀ ଓ ସୀମା ଫାତିମା ଏକ୍କା, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା , ଜିଲ୍ଲା କଳା ସଂସ୍କୃତି ସଂଘ ର ଉପସଭାପତି ଫକୀର ବାଡା, ଜିଲ୍ଲାର ବରିଷ୍ଠ ତଥା ପ୍ରବୀଣ କଳାକାର ସୁଦର୍ଶନ ତାଜନ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ୧୭ ଟି ବ୍ଲକରୁ ଆସିଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତଥା ସମସ୍ତ ବ୍ଲକ କଳା ସଂସ୍କୃତି ସଂଘ ର ଉପସଭାପତି ଏବଂ ସଂପୃକ୍ତ ବ୍ଲକରୁ ଦୁଇ ଜଣ ଲେଖାଏଁ କଳାକାର ପ୍ରମୁଖ ଉପସ୍ଥିତ ଥିଲେ।


ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ପରେ ପରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ଏବଂ ଚଳିତ ମାସ ୧୫ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପି ଏହି ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ପ୍ରସାର କରାଯିବ। ଏହି ଅବସରରେ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ କରାଯାଇଥିଲା।

  

ad-week
Leave A Reply

Your email address will not be published.