ରାଉରକେଲାରେ ଜୁଆ ଆଡ୍ଡାରେ ଚଢ଼ାଉ, ନଗଦ ଟଙ୍କା ସହ ଆଠ ଜଣ ଗିରଫ

add-all

ରାଉରକେଲା: ରାଉରକେଲାରେ ଏକ ବଡ଼ ଜୁଆ ଆଡ୍ଡା ଠାବ। ଆଠ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଟଙ୍କା ଜବତ କରିଛି ପୋଲିସ।

ଇସ୍ପାତ ସହରର ଏକ ଜୁଆ ଆଡ୍ଡାରେ ଚାଲିଥିବା ବେଆଇନ କାମ ସମ୍ପର୍କରେ ସୂଚନା ପାଇ ରଘୁନାଥପଲ୍ଲୀ ଥାନା ଅଧିନରେ ଥିବା ଏହି ସ୍ଥାନରେ ପୁଲିସ ଚଢ଼ଉ କରିଥିଲା ବୋଲି ଶୁକ୍ରବାର ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ସ୍ଥାନରେ ଜୁଆ ଖେଳ ଚାଲିଥିବା ବେଳେ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ମୋଟ ଆଠ ଜଣଙ୍କୁ କାବୁ କରାଯାଇଥିଲା।

ଜୁଆ ଆଡ୍ଡାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ପଚରାଉଚରା ଚାଲିଥିବା ବେଳେ ଅଭିଯୁକ୍ତମାନଙ୍କ ନିକଟରୁ ୮ଟି ବାଇକ୍, ୬୬ ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ad-week
Leave A Reply

Your email address will not be published.