ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଭୋଟର ସଚତନତା କର୍ମଶାଳା

add-all

ଫୁଲବାଣୀ– ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ପୁରାତନ ଛାତ୍ର ସଂଘର ମିଳିତ ଅନୁକୂଲ୍ୟ ରେ ନୂତନ ଭୋଟର ମାନଙ୍କୁ ନେଇ ଏକ ସଚେତନା କର୍ମଶାଳା ହୋଇଥିଲା। କଲେଜ ଅଧ୍ୟକ୍ଷ ଡକ୍ଟର ସୁଭାଷ ଚନ୍ଦ୍ର ପ୍ରଧାନ ସଭାପତିତ୍ବ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଓକିଲ ବନ ମହାନ୍ତି,ପୁରାତନ ଛାତ୍ର ସଂଘ ସଭାପତି ରାଜ କିଶୋର ବେହେରା, ପ୍ରସନ୍ନ ପଟ୍ଟନାୟକ, କଲେଜ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ମୂରଲୀଧର ସେଠୀ ପ୍ରମୁଖ ଅତିଥି ଭାବେ ସଭା ମଣ୍ଡନ କରିଥିଲେ। ନୂତନ ଭାବେ ଭୋଟର ପଞ୍ଜିକରଣ କରିବା ପାଇଁ ଫର୍ମ ବଣ୍ଟନ କରାଯିବା ସହିତ ଦେଶ ଗଠନରେ ସହଯୋଗ କରିବାକୁ ଓକିଲ ବନ ମହାନ୍ତି ଛାତ୍ର ଛାତ୍ରୀଙ୍କୁ କହିଥିଲେ l ଗୋଟିଏ ସୁଚିନ୍ତିତ ଭୋଟର ମୂଲ୍ୟ କେତେ ଅଧିକ ହୋଇଥାଏ ଅନେକ ଉଦାହରଣ ଦେଇ ବୁଝାଇବା ସହିତ ଦେଶ ଗଠନ ଦିଗରେ ଆମର କର୍ତ୍ତବ୍ୟ ଓ ଆମ ଅଧିକାର ବିଷୟରେ ଆଲୋକପାତ କରିଥିଲେ l ପ୍ରଶାସନିକ ଅଧିକାରୀ ମୁରଲୀଧର ସେଠି, ଭୋଟ କେମିତି ଦେବା ଓ କାହିଁକି ଦେବା, ସେ ବିଷୟରେ ଆଲୋଚନା କରିଥିଲେ ଲସମ୍ପଡ ପ୍ରଶନ୍ନ ପଟ୍ଟନାୟକ ଗୀତ ମାଧ୍ୟମରେ ଅନେକ ଉପାଦେୟ କଥା କହିଥିଲେ l ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଡକ୍ଟର ଅହଲ୍ୟା ଶିଅଳ ସଭା ପରିଚାଳନା କରିଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ଧନ୍ୟବାଦ ଜଣାଇଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ଅବନିକାନ୍ତ କହଁର,ଦୁଷ୍ମନ୍ତ ମାର୍ଥା ସାର , ଅନୁ ଅଗ୍ରୱାଲ, ସଙ୍ଗୀତା ମଲ୍ଲିକି ସହଯୋଗ ପାଇଁ ଧନ୍ୟବାଦ କରିଥିଲେ l

ad-week
Leave A Reply

Your email address will not be published.